ମନ୍‌ସା ଆଇକ୍ୟୁ ଟେଷ୍ଟରେ ଇତିହାସ ରଚିଲେ ୟୁସୁଫ

ବ୍ରିଟେନର ଏକ ୧୧ ବର୍ଷୀୟ ଶିଶୁ ଇତିହାସ ରଚିଛି । ଏହି ଶିଶୁ ମେନ୍‌ସା ଆଇକ୍ୟୁ ଟେଷ୍ଟରେ ୧୬୨ ନମ୍ବର ହାସଲ କରିଛି । କୁହାଯାଉଛି ଏପରି କରି ସେ ବିଶ୍ୱର ସବୁଠୁ ମେଧାବାନ୍‌ ଆଇନଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଂଙ୍କୁ ପଛରେ ପକାଇ ଦେଇଛି । ଆଇନଷ୍ଟାଇନ୍‌ ଓ ହକିଂଙ୍କ ଆଇକ୍ୟୁ ୧୬୦ ପାଖାପାଖି ରହିଥିଲା । ଏହି ଶିଶୁଙ୍କ ନାମ ୟୁସୁଫ ଶାହ ୱିଗଟନ୍‌ ମୁର୍‌ ଓ ସେ ପ୍ରାଇମେରୀ ସ୍କୁଲ ଛାତ୍ର । ନ୍ୟୁୟର୍କ […]

Samaya Live Picture
Published On

ବ୍ରିଟେନର ଏକ ୧୧ ବର୍ଷୀୟ ଶିଶୁ ଇତିହାସ ରଚିଛି । ଏହି ଶିଶୁ ମେନ୍‌ସା ଆଇକ୍ୟୁ ଟେଷ୍ଟରେ ୧୬୨ ନମ୍ବର ହାସଲ କରିଛି । କୁହାଯାଉଛି ଏପରି କରି ସେ ବିଶ୍ୱର ସବୁଠୁ ମେଧାବାନ୍‌ ଆଇନଷ୍ଟାଇନ୍‌ ଓ ଷ୍ଟିଫେନ୍‌ ହକିଂଙ୍କୁ ପଛରେ ପକାଇ ଦେଇଛି । ଆଇନଷ୍ଟାଇନ୍‌ ଓ ହକିଂଙ୍କ ଆଇକ୍ୟୁ ୧୬୦ ପାଖାପାଖି ରହିଥିଲା । ଏହି ଶିଶୁଙ୍କ ନାମ ୟୁସୁଫ ଶାହ ୱିଗଟନ୍‌ ମୁର୍‌ ଓ ସେ ପ୍ରାଇମେରୀ ସ୍କୁଲ ଛାତ୍ର ।
11-year-old British Muslim boy outscores IQ of Einstein, Hawking

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଶାହ ଓ ତାଙ୍କ ପିତାମାତା ସ୍ଥିର କରିଥିଲେ ଯେ, ସେ ହାଇସ୍କୁଲରେ ପଢିବା ସମୟରେ ମେନ୍‌ସା ପରୀକ୍ଷା ଲାଗି ପ୍ରସ୍ତୁତି କରିବେ । କାରଣ ଉଭୟ କ୍ଷେତ୍ରରେ ସିଲାବସ୍‌ ପ୍ରାୟ ସମାନ ରହିଥାଏ । ତାଙ୍କ ପିତା କହିଛନ୍ତି ଏହା ଏକ କଠିନ ପରୀକ୍ଷା । ସେ ଏହି ପରୀକ୍ଷା ଲାଗି କିଛି ବିଶେଷ ପ୍ରସ୍ତìତି କରି ନ ଥିଲେ ବୋଲି ସେ କହିଛନ୍ତି । ୟୁସୁଫଙ୍କ ପିତା ଇରଫାନ୍‌ କହିଛନ୍ତି ତାଙ୍କ ପୁଅ ଅକ୍ସଫୋର୍ଡ କିମ୍ବା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଗଣିତ ପଢିବାକୁ ଚାହୁଁଛି । ଅତି ଛୋଟ ବେଳୁ ୟୁସୁଫଙ୍କ ମଧ୍ୟରେ ପ୍ରତିଭାର ପରିସ୍ପୁଟନ ଦେଖିବାକୁ ମିଳିଥିଲା । ନର୍ସରୀରୁ ସେ ଅନ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ଗଣିତ ଓ ଆଲଫାବେଟ୍‌ରେ ବହୁତ ଆଗରେ ଥିଲେ ।