୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ଟ୍ରମ୍ପ୍
ୱାସିଂଟନ, ୧/୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଲେ ବି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ। ଟ୍ରମ୍ପ୍ ହେଉଛନ୍ତି ଆମେରିକାର ଏକମାତ୍ର ରାଷ୍ଟ୍ରପତି ଯିଏ କି ମହାଭିଯୋଗରେ ୨ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜଣେ ପର୍ନଷ୍ଟାରଙ୍କ ସହିତ ଥିବା ସଂପର୍କ ବିଷୟରେ ମୁହଁ ନଖୋଲିବା ପାଇଁ ଟ୍ରମ୍ପ୍ ତାଙ୍କୁ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଆସନ୍ତା ସପ୍ତାହରେ ଟ୍ରମ୍ପ୍ ଏହି ମାମଲାରେ […]
ୱାସିଂଟନ, ୧/୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଲେ ବି ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ। ଟ୍ରମ୍ପ୍ ହେଉଛନ୍ତି ଆମେରିକାର ଏକମାତ୍ର ରାଷ୍ଟ୍ରପତି ଯିଏ କି ମହାଭିଯୋଗରେ ୨ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜଣେ ପର୍ନଷ୍ଟାରଙ୍କ ସହିତ ଥିବା ସଂପର୍କ ବିଷୟରେ ମୁହଁ ନଖୋଲିବା ପାଇଁ ଟ୍ରମ୍ପ୍ ତାଙ୍କୁ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଆସନ୍ତା ସପ୍ତାହରେ ଟ୍ରମ୍ପ୍ ଏହି ମାମଲାରେ ଆତ୍ମସମର୍ପଣ କରିବେ। ଉକ୍ତ ମାମଲାରେ ଟ୍ରମ୍ପ୍ଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ତେବେ ଏହା ବନ୍ଦ ଲଫାପାରେ ଥିବାରୁ ତାଙ୍କ ବିରୋଧରେ ଥିବା ଅଭିଯୋଗ ସ୍ପଷ୍ଟ ହୋଇନାହିଁ। ଏହାସତ୍ତ୍ବେ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ବୋଲି ୱାସିଂଟନ ପୋଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନ୍ୟୁୟର୍କର ଜଣେ ଆଇନ ପ୍ରଫେସର କହିଛନ୍ତି, ଟ୍ରମ୍ପ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବି ହ୍ବାଇଟ ହାଉସ ପାଇଁ ସେ ପ୍ରାର୍ଥୀ ହୋଇପାରିବେ। ରାଷ୍ଟ୍ରପତି ପ୍ରାର୍ଥୀ ହେବାପାଇଁ ସମ୍ବିଧାନରେ ସେମିତି କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି।




