୨୦୨୩ରେ ମୋଦୀ-ବାଇଡେନ ୫ ଥର ସାକ୍ଷାତ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୫ ଥର ସାକ୍ଷାତ ହେବ। କେବଳ ମେ’ରୁ ଜୁନ୍ ଭିତରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ୪ଥର ସାକ୍ଷାତ୍ ହେବ। ହିରୋସିମାରେ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀ, ପାପୁଆ ନ୍ୟୁଗିନି ସମ୍ମିଳନୀ, ସିଡ୍ନୀରେ କ୍ବାଡ୍ ନେତାମାନଙ୍କ ବୈଠକରେ ମୋଦୀ-ବାଇଡେନଙ୍କର ସାକ୍ଷାତ ହୋଇପାରେ। ସେହିପରି ଆସନ୍ତା ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିପାରନ୍ତି ଏବଂ ରାଷ୍ଟ୍ରପତି ବାଇଡେନ ବି […]

Samaya Live Picture
Published On

ନୂଆଦିଲ୍ଲୀ: ଚଳିତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ୫ ଥର ସାକ୍ଷାତ ହେବ। କେବଳ ମେ’ରୁ ଜୁନ୍ ଭିତରେ ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ୪ଥର ସାକ୍ଷାତ୍ ହେବ। ହିରୋସିମାରେ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀ, ପାପୁଆ ନ୍ୟୁଗିନି ସମ୍ମିଳନୀ, ସିଡ୍ନୀରେ କ୍ବାଡ୍ ନେତାମାନଙ୍କ ବୈଠକରେ ମୋଦୀ-ବାଇଡେନଙ୍କର ସାକ୍ଷାତ ହୋଇପାରେ। ସେହିପରି ଆସନ୍ତା ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିପାରନ୍ତି ଏବଂ ରାଷ୍ଟ୍ରପତି ବାଇଡେନ ବି ଜି୨୦ ସମ୍ମିଳନୀ ଅବସରରେ ଭାରତ ଆସିପାରନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ନିକଟରେ ଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିରୋସିମାରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ମେ ୧୯ରୁ ୨୧ ଭିତରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ଦୁଇ ନେତା ମେ ୨୪ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ସିଡ୍ନୀ ଯିବା ପୂର୍ବରୁ ପାପୁଆ ନ୍ୟୁଗିନିରେ ପୁନଶ୍ଚ ସେମାନଙ୍କର ଭେଟାଭେଟି ହେବ।
ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ବାଇଡେନଙ୍କୁ ମେ ମାସରେ ଭାରତ-ପ୍ରଶାନ୍ତ ଦ୍ବୀପପୁଞ୍ଜ ସହଯୋଗ ସମ୍ମିଳନୀ ଅବସରରେ ସ୍ବାଗତ କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। ଏହି ସମ୍ମିଳନୀରେ ୧୮ଟି ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶର ନେତା ଯୋଗ ଦେବେ। ଏହାପରେ ସିଡନୀ କ୍ବାଡ୍ ସମ୍ମିଳନୀରେ ମେ ୨୪ ତାରିଖରେ ମୋଦୀ-ବାଇଡେନଙ୍କ ପୁନଃ ଭେଟାଭେଟି ହେବ।
ଆସନ୍ତା ଜୁନ ମାସରେ ମୋଦୀଙ୍କର ଆମେରିକା ଗସ୍ତ କାର୍ଯ୍ୟକ୍ରମ ଅଛି। ଏହି ଅବସରରେ ରାଷ୍ଟ୍ରପତି ବାଇଡେନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଓ କୂଟନୈତିକ ପ୍ରସଙ୍ଗରେ ତାଙ୍କର ଆଲୋଚନା ହେବ। ମୋଦୀ ଜୁନ୍ ୨୧ ବିଶ୍ବ ଯୋଗ ଦିବସ ନ୍ୟୁୟର୍କରେ ପାଳିବାର ସମ୍ଭାବନା ଅଛି। ଏହାପରେ ସେ ୱାସିଂଟନ ଯାତ୍ରା କରିବେ। ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ବାଇଡେନ ନୂଆଦିଲ୍ଲୀ ଆସିବେ ଓ ମୋଦୀଙ୍କ ସହ ସାକ୍ଷାତ୍ କରିବେ। ଆମେରିକା ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ଏହି ସୂଚନା ଦେଇଛନ୍ତି।

Tags: