ୟେମେନ ଚାରିଟି କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୮୫ ମୃତ

ନୂଆଦିଲ୍ଲୀ: ୟେମେନରେ ଏକ ଚାରିଟି କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଦଶନ୍ଧିରେ ଏହା ସବୁଠାରୁ ଭୟଙ୍କର ଦଳାଚକଟା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଇଦୁଲ ଫିତର ଅବ୍ୟବହିତ ପୂର୍ବରୁ ବବ୍ ଅଲ-ୟେମେନ ଜିଲ୍ଲାରେ ଲୋକମାନଙ୍କୁ ସହାୟତା ଦେବାପାଇଁ ଏକ ଚାରିଟି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ହୋଇଛି। ୩୨୨ ଲୋକ […]

Samaya Live Picture
Published On

ନୂଆଦିଲ୍ଲୀ: ୟେମେନରେ ଏକ ଚାରିଟି କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଦଶନ୍ଧିରେ ଏହା ସବୁଠାରୁ ଭୟଙ୍କର ଦଳାଚକଟା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଇଦୁଲ ଫିତର ଅବ୍ୟବହିତ ପୂର୍ବରୁ ବବ୍ ଅଲ-ୟେମେନ ଜିଲ୍ଲାରେ ଲୋକମାନଙ୍କୁ ସହାୟତା ଦେବାପାଇଁ ଏକ ଚାରିଟି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ହୋଇ ୮୫ ଲୋକଙ୍କ ମୃତ୍ୟୁ ହୋଇଛି। ୩୨୨ ଲୋକ ଆହତ ହୋଇଛନ୍ତି। ଦାରିଦ୍ର୍ୟ ଏବଂ ଆର୍ଥିକ ଅନାଟନରେ ଘାଣ୍ଟି ହେଉଥିବା ୟେମେନର ଲୋକମାନେ ସାହାଯ୍ୟ ପାଇବାପାଇଁ ରୁଣ୍ଡ ହୋଇଥିବାବେଳେ ଏହି ଦଳାଚକଟା ହୋଇଥିଲା। ଲୋକମାନେ ଠେଲା ପେଲା ଏବଂ ପରସ୍ପର ଉପରେ ଚଢ଼ି ଆଗକୁ ଯିବାକୁ ଚେଷ୍ଟା କରିବାରୁ ଏହି ସ୍ଥିତି ଉପୁଜିଥିଲା। ସମସ୍ତ ମୃତକ ଏବଂ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Tags: