ସିରିଆରେ ଆମେରିକାର ବିମାନ ଆକ୍ରମଣ
ୱାସିଂଟନ, ୨୪/୩ : ଆମେରିକା ଆଜି ସିରିଆରେ ଭୟଙ୍କର ବିମାନ ଆକ୍ରମଣ କରିଛି। ଉତ୍ତର ସିରିଆରେ ଏକ ଇରାନ ସମର୍ଥିତ ଗୋଷ୍ଠୀର ଡ୍ରୋନ୍ ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କର ଗତକାଲି ମୃତ୍ୟୁ ହେବାପରେ ଆମେରିକା ଏହାର ପାଲଟା ଜବାବ ଦେଇ ବିମାନ ଆକ୍ରମଣ କରିଛି। ଉତ୍ତର ପୂର୍ବ ସିରିଆର ହସକାହ ସେନା ଘାଟି ନିକଟରେ ଆମେରିକା ସଦସ୍ୟଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ଅନ୍ୟ ଜଣେ ଆମେରିକୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ଏହି […]
ୱାସିଂଟନ, ୨୪/୩ : ଆମେରିକା ଆଜି ସିରିଆରେ ଭୟଙ୍କର ବିମାନ ଆକ୍ରମଣ କରିଛି। ଉତ୍ତର ସିରିଆରେ ଏକ ଇରାନ ସମର୍ଥିତ ଗୋଷ୍ଠୀର ଡ୍ରୋନ୍ ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କର ଗତକାଲି ମୃତ୍ୟୁ ହେବାପରେ ଆମେରିକା ଏହାର ପାଲଟା ଜବାବ ଦେଇ ବିମାନ ଆକ୍ରମଣ କରିଛି। ଉତ୍ତର ପୂର୍ବ ସିରିଆର ହସକାହ ସେନା ଘାଟି ନିକଟରେ ଆମେରିକା ସଦସ୍ୟଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ଅନ୍ୟ ଜଣେ ଆମେରିକୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ତେବେ ଏହି ସଦ୍ୟ ଆକ୍ରମଣ ୱାସିଂଟନ ଏବଂ ତେହରାନ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବଢ଼ାଇଦେବ। ଆମେରିକା ବିଦେଶ ସଚିବ ଲଏଡ ଅଷ୍ଟିନ ଉକ୍ତ ଘଟଣାରେ ଏକ ବିବୃତି ରଖି କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦ୍ଦେଶ କ୍ରମେ ବିମାନ ଆକ୍ରମଣ ହୋଇଛି।




