ସମ୍ପନ୍ନ ହେଲା କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ

ଲଣ୍ଡନ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ଆଜି କିଙ୍ଗ୍ ଚାର୍ଲସ-ତୃତୀୟଙ୍କ ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି। ୭ ଦଶନ୍ଧି ଭିତରେ ଏହା ଥିଲା ଦେଶର ସବୁଠାରୁ ବଡ଼ ଉତ୍ସବ। ୧୯୫୩ ମସିହା ପରେ ଏହା ହେଉଛି ଇଂଲଣ୍ଡରେ ପ୍ରଥମ ରାଜ୍ୟାଭିଷେକ ଏବଂ ୧୯୩୭ ପରେ ଜଣେ ରାଜାଙ୍କର ପ୍ରଥମ ରାଜ୍ୟାଭିଷେକ। ୱେଷ୍ଟମିନଷ୍ଟର ଆବେରେ ୨,୩୦୦ ଅତିଥିଙ୍କ ସମାବେଶ ମଧ୍ୟରେ ବାଦ୍ୟଯନ୍ତ୍ର ସହ ‘ଗଡ୍ ସେଭ୍ ଦ କିଙ୍ଗ୍’ ଧ୍ବନି ଗୁଞ୍ଜରିତ ହୋଇଥିଲା। ଚର୍ଚ୍ଚଗୁଡ଼ିକରେ ଘଣ୍ଟି ବାଜିବା ସହ ରାଜାଙ୍କୁ ଆନୁଷ୍ଠାନିକ […]

Samaya Live Picture
Published On

ଲଣ୍ଡନ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ଆଜି କିଙ୍ଗ୍ ଚାର୍ଲସ-ତୃତୀୟଙ୍କ ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି। ୭ ଦଶନ୍ଧି ଭିତରେ ଏହା ଥିଲା ଦେଶର ସବୁଠାରୁ ବଡ଼ ଉତ୍ସବ। ୧୯୫୩ ମସିହା ପରେ ଏହା ହେଉଛି ଇଂଲଣ୍ଡରେ ପ୍ରଥମ ରାଜ୍ୟାଭିଷେକ ଏବଂ ୧୯୩୭ ପରେ ଜଣେ ରାଜାଙ୍କର ପ୍ରଥମ ରାଜ୍ୟାଭିଷେକ।
ୱେଷ୍ଟମିନଷ୍ଟର ଆବେରେ ୨,୩୦୦ ଅତିଥିଙ୍କ ସମାବେଶ ମଧ୍ୟରେ ବାଦ୍ୟଯନ୍ତ୍ର ସହ ‘ଗଡ୍ ସେଭ୍ ଦ କିଙ୍ଗ୍’ ଧ୍ବନି ଗୁଞ୍ଜରିତ ହୋଇଥିଲା। ଚର୍ଚ୍ଚଗୁଡ଼ିକରେ ଘଣ୍ଟି ବାଜିବା ସହ ରାଜାଙ୍କୁ ଆନୁଷ୍ଠାନିକ ତୋପ ସଲାମି ଦିଆଯାଇଥିଲା। ରାଜ୍ୟାଭିଷେକ ସମାରୋହରେ ପ୍ରଥମ ଥର ପାଇଁ ମହିଳା ବିଶପମାନେ ଓ ଅଣ-ଖ୍ରୀଷ୍ଟିଆନ ନେତାମାନେ ମଧ୍ୟ ଉପସ୍ଥିତ ହୋଇଥିଲେ। ରାଜ୍ୟାଭିଷେକ ପୂର୍ବରୁ ରାଜତନ୍ତ୍ର ବିରୋଧୀ ଗୋଷ୍ଠୀର ଶତାଧିକ ପ୍ରତିବାଦକାରୀଙ୍କୁ ପୁଲିସ ଗିରଫ କରିଥିଲା। କାରଣ ସେମାନେ ରାଜ୍ୟାଭିଷେକ ବିରୋଧରେ ଏକ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ଗିରଫଦାରୀ ବିରୋଧରେ ବିଭିନ୍ନ ସାମାଜିକ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ସ୍ବେଚ୍ଛାଚାରୀ ଶାସନର ଉଦାହରଣ ବୋଲି କହିଛନ୍ତି।

Tags: