ରାଜା ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ
ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କର ଆଜି ରାଜ୍ୟାଭିଷେକ ହେବ। ରାଜ୍ୟାଭିଷେକ ପାଇଁ ୱେଷ୍ଟମିନିଷ୍ଟର ଆବେ ସଜେଇ ହୋଇଛି। ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ଚାର୍ଲସ ତୃତୀୟ ରାଜକୀୟ ମୁକୁଟ ପରିଧାନ କରିବେ। କ୍ୟାଣ୍ଟରବରିର ଆର୍କବିଶପଙ୍କ ଦ୍ବାରା ଏହି ରାଜ୍ୟାଭିଷେକ କାର୍ଯ୍ୟକ୍ରମ ପରିଚାଳିତ ହେବ। ଏଥିପାଇଁ ଲଣ୍ଡନ ଏବଂ ବ୍ରିଟେନରେ ୩ ଦିନିଆ ଉତ୍ସବ ପାଳନ ହେବ। ୮ ତାରିଖରେ ଏହି ସମାରୋହ ଶେଷ ହେବ। ରାଜ୍ୟାଭିଷେକ ଉପଲକ୍ଷେ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜ୍ୟାଭିଷେକର […]
ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କର ଆଜି ରାଜ୍ୟାଭିଷେକ ହେବ। ରାଜ୍ୟାଭିଷେକ ପାଇଁ ୱେଷ୍ଟମିନିଷ୍ଟର ଆବେ ସଜେଇ ହୋଇଛି। ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ଚାର୍ଲସ ତୃତୀୟ ରାଜକୀୟ ମୁକୁଟ ପରିଧାନ କରିବେ। କ୍ୟାଣ୍ଟରବରିର ଆର୍କବିଶପଙ୍କ ଦ୍ବାରା ଏହି ରାଜ୍ୟାଭିଷେକ କାର୍ଯ୍ୟକ୍ରମ ପରିଚାଳିତ ହେବ। ଏଥିପାଇଁ ଲଣ୍ଡନ ଏବଂ ବ୍ରିଟେନରେ ୩ ଦିନିଆ ଉତ୍ସବ ପାଳନ ହେବ। ୮ ତାରିଖରେ ଏହି ସମାରୋହ ଶେଷ ହେବ। ରାଜ୍ୟାଭିଷେକ ଉପଲକ୍ଷେ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ରାଜ୍ୟାଭିଷେକର ଅବ୍ୟବହିତ ପୂର୍ବରୁ ଆଜି ରାଜା ଚାର୍ଲସ ଏବଂ ତାଙ୍କ ବଡ଼ ପୁଅ ପ୍ରିନ୍ସ ୱିଲିୟମ ଅତିଥିମାନଙ୍କୁ ବକିଙ୍ଗହାମ ପାଲେସରେ ଶୁଭେଚ୍ଛା ଜଣାଇଛନ୍ତି।
ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁପରେ ୭୪ ବର୍ଷୀୟ ଚାର୍ଲସଙ୍କୁ ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ରାଜା ଘୋଷଣା କରାଯାଇଥିଲା। ଏଲିଜାବେଥ ଦ୍ବିତୀୟଙ୍କ ରାଜ୍ୟାଭିଷେକ ଉତ୍ସବ ୧୯୫୩ ମସିହାରେ ଧୁମଧାମରେ ହୋଇଥିଲା। ୭୦ ବର୍ଷ ପରେ ବ୍ରିଟେନ ରାଜ ପରିବାରରେ ରାଜ୍ୟାଭିଷେକ ଉତ୍ସବ ହେଉଥିବାରୁ ସାରା ବିଶ୍ବର ନଜର ଏହା ଉପରେ ରହିଛି। କିନ୍ତୁ ଚାର୍ଲସ ଏହି ଉତ୍ସବକୁ ଯଥାସମ୍ଭବ ସଂକ୍ଷିପ୍ତ, କମ୍ ବ୍ୟୟବହୁଳ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପୂର୍ବତନ ରାଣୀଙ୍କ ରାଜ୍ୟାଭିଷେକ ସମୟରେ ପ୍ରାୟ ୮ ହଜାର ଭିଆଇପି ଅତିଥି ଯୋଗ ଦେଇଥିବାବେଳେ ଏଥର ଭିଆଇପି ଅତିଥିଙ୍କ ସଂଖ୍ୟା ପାଖାପାଖି ୨୨୦୦ ରହିବ। ପ୍ରାୟ ଘଣ୍ଟାଏ ଭିତରେ ରାଜ୍ୟାଭିଷେକ କାର୍ଯ୍ୟ ସଂପନ୍ନ ହେବ। ଉକ୍ତ କାର୍ଯ୍ୟକ୍ରମରେ କେତେ ଖର୍ଚ୍ଚ ହୁଏ ତାହା ବକିଙ୍ଗହାମ ପ୍ୟାଲେସ ପକ୍ଷରୁ ସେ ନେଇ କୌଣସି ସୂଚନା ଦିଆଯାଇ ନଥାଏ। ତଥାପି ଏକ ଆକଳନ ଅନୁଯାୟୀ ଉକ୍ତ ଉତ୍ସବରେ ୫୦ ନିୟୁତରୁ ୧୦୦ ନିୟୁତ ପାଉଣ୍ଡ ଷ୍ଟର୍ଲିଂ ( ୬୩ରୁ ୧୨୫ ନିୟୁତ ଡଲାର) ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଉତ୍ସବରେ ଯୋଗଦେବେ। ଦୁଇ ଦିନିଆ ଗସ୍ତରେ ବ୍ରିଟେନ ଯାଇଥିବା ଧନଖଡ଼ ଗତକାଲି ରାଜା ଚାର୍ଲସ ତୃତୀୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।




