ମେକ୍ସିକୋ ୱାଟର ପାର୍କରେ ୭ ଜଣଙ୍କୁ ହତ୍ୟା କଲା ବନ୍ଧୁକଧାରୀ

ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋର ଏକ ୱାଟରପାର୍କରେ ଜଣେ ବନ୍ଧୁକଧାରୀ ଶିଶୁ ସମେତ ୭ ଜଣଙ୍କୁ ହତ୍ୟା କରିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବନ୍ଧୁକଧାରୀ ବ୍ୟକ୍ତିଜଣକ ଲା ପାଲମା ସ୍ବିମିଂ ରିସର୍ଟରେ ସ୍ଥାନୀୟ ସମୟ ୪ଟା ୩୦ ମିନିଟରେ ପହଞ୍ଚି ସିଧାସଳଖ ଲୋକଙ୍କ ନିକଟକୁ ଯାଇ ଗୁଳି ଚଳାଇଥିଲା। ସ୍ଥାନ ଛାଡ଼ିବା ପୂର୍ବରୁ ଆକ୍ରମଣକାରୀ ସିକ୍ୟୁରିଟି କ୍ୟାମେରା ମଧ୍ୟ ନେଇଯାଇଛି। ଗୁଳିକାଣ୍ଡ ହେବା ପରେ […]

Samaya Live Picture
Published On

ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋର ଏକ ୱାଟରପାର୍କରେ ଜଣେ ବନ୍ଧୁକଧାରୀ ଶିଶୁ ସମେତ ୭ ଜଣଙ୍କୁ ହତ୍ୟା କରିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହାବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବନ୍ଧୁକଧାରୀ ବ୍ୟକ୍ତିଜଣକ ଲା ପାଲମା ସ୍ବିମିଂ ରିସର୍ଟରେ ସ୍ଥାନୀୟ ସମୟ ୪ଟା ୩୦ ମିନିଟରେ ପହଞ୍ଚି ସିଧାସଳଖ ଲୋକଙ୍କ ନିକଟକୁ ଯାଇ ଗୁଳି ଚଳାଇଥିଲା। ସ୍ଥାନ ଛାଡ଼ିବା ପୂର୍ବରୁ ଆକ୍ରମଣକାରୀ ସିକ୍ୟୁରିଟି କ୍ୟାମେରା ମଧ୍ୟ ନେଇଯାଇଛି। ଗୁଳିକାଣ୍ଡ ହେବା ପରେ ସେଠାରେ ଉପସ୍ଥିତ ଲୋକମାନେ ଭୟରେ ବିଭିନ୍ନ ସ୍ଥାନକୁ ଦୌଡ଼ି ପଳାଇଥିଲେ।

Tags: