ମାତ୍ର ୧୦ ଦିନରେ ବିଦେଶ ଗସ୍ତ ପାଇଁ ୫ ଲକ୍ଷ ପାଉଣ୍ଡ୍ ଖର୍ଚ୍ଚ କରିଛନ୍ତି ସୁନକ
ଲଣ୍ଡନ, ୧/୪ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମାତ୍ର ୧୦ ଦିନରେ ବିଦେଶ ଗସ୍ତ ପାଇଁ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରିଛନ୍ତି। ଦି ଗାର୍ଡିଏନରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ନଭେମ୍ବର ୬ରେ ଇଜିପ୍ଟରେ ଆୟୋଜିତ ‘ସିଓପି୨୭’ ଶିଖର ବୈଠକରେ ସୁନକ ଯୋଗ ଦେଇ ତା’ ପରିଦିନ ଫେରିବା ପାଇଁ ଘରୋଇ ଜେଟ୍ ବିମାନ ଭଡ଼ା ବାବଦକୁ ବ୍ରିଟେନ ସରକାର ୧୦୮,୦୦୦ ପାଉଣ୍ଡ୍ ବ୍ୟୟ କରିଛନ୍ତି। ଏହାର ସପ୍ତାହକ ପରେ ସେ […]
ଲଣ୍ଡନ, ୧/୪ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମାତ୍ର ୧୦ ଦିନରେ ବିଦେଶ ଗସ୍ତ ପାଇଁ ୫ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରିଛନ୍ତି। ଦି ଗାର୍ଡିଏନରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ନଭେମ୍ବର ୬ରେ ଇଜିପ୍ଟରେ ଆୟୋଜିତ ‘ସିଓପି୨୭’ ଶିଖର ବୈଠକରେ ସୁନକ ଯୋଗ ଦେଇ ତା’ ପରିଦିନ ଫେରିବା ପାଇଁ ଘରୋଇ ଜେଟ୍ ବିମାନ ଭଡ଼ା ବାବଦକୁ ବ୍ରିଟେନ ସରକାର ୧୦୮,୦୦୦ ପାଉଣ୍ଡ୍ ବ୍ୟୟ କରିଛନ୍ତି। ଏହାର ସପ୍ତାହକ ପରେ ସେ ‘ଜି୨୦’ ଶିଖର ବୈଠକରେ ଯୋଗ ଦେବା ଲାଗି ଇଣ୍ଡୋନେସିଆର ବାଲି ଯାଇ ନଭେମ୍ବର ୧୭ରେ ଫେରିଥିଲେ। ସେଥିପାଇଁ ତାଙ୍କ ବିମାନ ଭଡ଼ା ବାବଦକୁ ୩୪୦,୦୦୦ ପାଉଣ୍ଡ୍ ଖର୍ଚ୍ଚ ହୋଇଥିଲା। ସେହିପରି, ଡିସେମ୍ବର ମାସରେ ଦିନିକିଆ ଲାଟ୍ଭିଆ ଓ ଏସ୍ତୋନିଆ ଗସ୍ତ ପାଇଁ ଘରୋଇ ଜେଟ୍ ବିମାନ ଭଡ଼ା ବାବଦକୁ ୬୨,୪୯୮ ପାଉଣ୍ଡ୍ ଖର୍ଚ୍ଚ ହୋଇଥିଲା। ଏହାବାଦ ସୁନକଙ୍କ ବ୍ୟକ୍ତିଗତ ଖର୍ଚ୍ଚ ବାବଦକୁ ୨୫୦୦ ପାଉଣ୍ଡ ଖର୍ଚ୍ଚ ହୋଇଛି। ତେବେ ସୁନକଙ୍କ ବିଦେଶ ଗସ୍ତ ପାଇଁ ଏଭଳି ଖର୍ଚ୍ଚକୁ ବିଭିନ୍ନ ମହଲରୁ କଡ଼ା ନିନ୍ଦା କରାଯାଇଛି।




