ଭାରତୀୟ ଆମେରିକୀୟ ନୀରା ଟାଣ୍ଡେନ ହ୍ବାଇଟହାଉସ ଉପଦେଷ୍ଟା ନିଯୁକ୍ତ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଣ୍ଡିଆନ-ଆମେରିକାନ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ବ୍ୟକ୍ତିତ୍ବ ନୀରା ଟାଣ୍ଡେନଙ୍କୁ ଶୁକ୍ରବାର ନିଜର ଘରୋଇ ନୀତି ଉପଦେଷ୍ଟା (ଡୋମେଷ୍ଟିକ୍ ପଲିସି ଆଡ୍‌ଭାଇଜର) ଭାବେ ନିଯୁକ୍ତ କରିଛନ୍ତି। ହ୍ବାଇଟ୍ ଆଉସ୍ ଉପଦେଷ୍ଟାମଣ୍ଡଳୀରେ ଏପରି ଉଚ୍ଚପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଏସୀୟ-ଆମେରିକୀୟ।ଏକ ବିବୃତିରେ ବାଇଡେନ କହିଛନ୍ତି, ନୀରା ଟାଣ୍ଡେନ ମୋର ଅର୍ଥନୈତିକ ସଂଚାଳନ, ସ୍ବାସ୍ଥ୍ୟସେବାରେ ଜାତିଗତ ସମାନତା, ଆପ୍ରବାସନ ଓ ଶିକ୍ଷା ପ୍ରଭୃତି ଘରୋଇ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟାନ୍ବୟନରେ ପ୍ରମୁଖ […]

Samaya Live Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇଣ୍ଡିଆନ-ଆମେରିକାନ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ବ୍ୟକ୍ତିତ୍ବ ନୀରା ଟାଣ୍ଡେନଙ୍କୁ ଶୁକ୍ରବାର ନିଜର ଘରୋଇ ନୀତି ଉପଦେଷ୍ଟା (ଡୋମେଷ୍ଟିକ୍ ପଲିସି ଆଡ୍‌ଭାଇଜର) ଭାବେ ନିଯୁକ୍ତ କରିଛନ୍ତି। ହ୍ବାଇଟ୍ ଆଉସ୍ ଉପଦେଷ୍ଟାମଣ୍ଡଳୀରେ ଏପରି ଉଚ୍ଚପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଏସୀୟ-ଆମେରିକୀୟ।ଏକ ବିବୃତିରେ ବାଇଡେନ କହିଛନ୍ତି, ନୀରା ଟାଣ୍ଡେନ ମୋର ଅର୍ଥନୈତିକ ସଂଚାଳନ, ସ୍ବାସ୍ଥ୍ୟସେବାରେ ଜାତିଗତ ସମାନତା, ଆପ୍ରବାସନ ଓ ଶିକ୍ଷା ପ୍ରଭୃତି ଘରୋଇ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟାନ୍ବୟନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୂର୍ବରୁ ଏହି ପଦରେ ଥିବା ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଜାତିସଂଘର ପୂର୍ବତନ ରାଷ୍ଟ୍ରଦୂତ ସୁସାନ ରାଇସ୍‌ଙ୍କ ସ୍ଥାନରେ ଟାଣ୍ଡେନ କାର୍ଯ୍ୟ କରିବେ।
ପବ୍ଲିକ ପଲିସି କ୍ଷେତ୍ରରେ ଟାଣ୍ଡେନଙ୍କର ୨୫ ବର୍ଷର ଅଭିଜ୍ଞତା ଅଛି ଏବଂ ସେ ତିନିଜଣ ରାଷ୍ଟ୍ରପତିଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି। ଆଫର୍ଡେବ୍‌ଲ କେୟାର ଆକ୍ଟର ସେ ଥିଲେ ପ୍ରମୁଖ ରୂପକାର, ଯାହା ବାଇଡେନଙ୍କ ଏଜେଣ୍ଡାର ଅଂଶରେ ପରିଣତ ହୋଇଥିଲା। ତା’ଛଡ଼ା କ୍ଳିନ ଏନର୍ଜି ସବ୍‌ସିଡି ଓ ସମ୍ବେଦନଶୀଳ ବନ୍ଧୁକ ସଂସ୍କାର ପ୍ରଭୃତି ମଧ୍ୟ ତାଙ୍କରି ଅବଦାନ ଥିଲା ବୋଲି ବାଇଡେନ ତାଙ୍କ ବିବୃତିରେ ଉଲ୍ଲେଖ କରିଛନ୍ତି।

Tags: