ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି

ଓଟାୱା: କାନାଡାର ଟରଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪.୮ ମିଲିୟନ ଅର୍ଥାତ୍ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିମାନବନ୍ଦରରେ ପହଞ୍ଚିଥିବା ଏକ ସ୍ବତନ୍ତ୍ର କଣ୍ଟେନରରେ ଏହି ସବୁ ସାମଗ୍ରୀ ଥିଲା। ଏହାକୁ ସୁରକ୍ଷିତ ଭାବେ କଣ୍ଟେନର ରହୁଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁବାର ଏହା ଚୋରି ହୋଇଯାଇଥିବା ଜଣାପଡିଥିଲା। କାନାଡା ପୁଲିସ ଏହାର ସନ୍ଧାନରେ ଲାଗିଥିଲେ ମଧ୍ୟ କଣ୍ଟେନରର କୌଣସି ଖୋଜ୍ ଖବର ମିଳିନାହିଁ। […]

Samaya Live Picture
Published On

ଓଟାୱା: କାନାଡାର ଟରଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪.୮ ମିଲିୟନ ଅର୍ଥାତ୍ ୧୨୧ କୋଟି ଟଙ୍କାର ସୁନା ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିମାନବନ୍ଦରରେ ପହଞ୍ଚିଥିବା ଏକ ସ୍ବତନ୍ତ୍ର କଣ୍ଟେନରରେ ଏହି ସବୁ ସାମଗ୍ରୀ ଥିଲା। ଏହାକୁ ସୁରକ୍ଷିତ ଭାବେ କଣ୍ଟେନର ରହୁଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗୁରୁବାର ଏହା ଚୋରି ହୋଇଯାଇଥିବା ଜଣାପଡିଥିଲା। କାନାଡା ପୁଲିସ ଏହାର ସନ୍ଧାନରେ ଲାଗିଥିଲେ ମଧ୍ୟ କଣ୍ଟେନରର କୌଣସି ଖୋଜ୍ ଖବର ମିଳିନାହିଁ। ଯାଞ୍ଚ ଅଧିକାରୀଙ୍କ ଅନୁଯାୟୀ ଏହା ଏକ ନିଆରା ମାମଲା। ତଦନ୍ତ ନ ସରିବା ପର୍ଯ୍ୟନ୍ତ କାର୍ଗୋ କେଉଁ କମ୍ପାନିର ଥିଲା, କେଉଁ ଏୟାରଲାଇନରେ ଅଣାଯାଇଥିଲା ଏବଂ ଓଜନ କେତେ ଥିଲା ତାହା କହିହେବ ନାହିଁ। ଏ ପର୍ଯ୍ୟନ୍ତ ମାମଲାରେ କାହାକୁ ଗିରଫ କରାଯାଇନାହିଁ। ଏହା ପଛରେ କୌଣସି ବଡ଼ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗ କାନାଡାର କି ଅନ୍ୟ କେଉଁ ଦେଶର ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି। ଏହାର କୌଣସି ପ୍ରମାଣ ମଧ୍ୟ ମିଳିପାରି ନାହିଁ।

Tags: