ପକ୍ଷୀକୁ ଧକ୍କାରେ ଇଞ୍ଜିନ୍ ଜଳିଗଲା, ଆମେରିକୀୟ ବିମାନର ଜରୁରୀ ଅବତରଣ
କଲମ୍ବସ୍: ରବିବାର ସକାଳେ ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପରେ ଏକ ଆମେରିକୀୟ ବିମାନର ପକ୍ଷୀଙ୍କ ସହିତ ଧକ୍କା ହେବାରୁ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା ବେଳେ ସମସ୍ତ ଯାତ୍ରୀ ନିରାପଦ ଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ରବିବାର ସକାଳେ ଫିନିକ୍ସ ଅଭିମୁଖେ ଯାଉଥିବା ଆମେରିକୀୟ ଏୟାର୍ଲାଇନ୍ସ୍ର ଉକ୍ତ ବିମାନର ଇଞ୍ଜିନ ପକ୍ଷୀ ଧକ୍କାରେ ଅଚଳ ହୋଇଯିବାରୁ ତାହା ଓହିଓର ଜନ୍ ଗ୍ଲେନ୍ କଲମ୍ବସ୍ […]
କଲମ୍ବସ୍: ରବିବାର ସକାଳେ ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପରେ ଏକ ଆମେରିକୀୟ ବିମାନର ପକ୍ଷୀଙ୍କ ସହିତ ଧକ୍କା ହେବାରୁ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା। ଏହାଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା ବେଳେ ସମସ୍ତ ଯାତ୍ରୀ ନିରାପଦ ଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ରବିବାର ସକାଳେ ଫିନିକ୍ସ ଅଭିମୁଖେ ଯାଉଥିବା ଆମେରିକୀୟ ଏୟାର୍ଲାଇନ୍ସ୍ର ଉକ୍ତ ବିମାନର ଇଞ୍ଜିନ ପକ୍ଷୀ ଧକ୍କାରେ ଅଚଳ ହୋଇଯିବାରୁ ତାହା ଓହିଓର ଜନ୍ ଗ୍ଲେନ୍ କଲମ୍ବସ୍ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରି ଆସିଛି। ସକାଳ ୭.୪୩ରେ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବିମାନ ସହିତ ପକ୍ଷୀ ଧକ୍କା ପରେ ବିମାନର ୨ ନମ୍ବର ଇଞ୍ଜିନ୍ରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖାଯାଇଛି। ସଂଗୃହୀତ ସୂଚନା ଅନୁସାରେ, ୧୭୩ ଜଣ ଯାତ୍ରୀ ଯାଉଥିବା ବୋଇଙ୍ଗ୍ ୭୩୭-୮୦୦ ବିମାନରେ ୩୦,୦୦୦ ପାଉଣ୍ଡ୍ ଇନ୍ଧନ ଥିଲା। ଜନ୍ ଫିସର୍ ନାମରେ ଜଣେ ଯାତ୍ରୀ କହିଛନ୍ତି, ବୋଧହୁଏ ଆମେ ଯାତ୍ରା କରୁଥିବା ବିମାନରେ କିଛି ରାଜହଂସ ଧକ୍କା ଖାଇଥିଲେ। ଧକ୍କା ପରେ ଇଞ୍ଜିନ୍ ଖୁବ୍ ଜୋର୍ରେ ଶବ୍ଦ କରିଥିଲା। ‘ଆମେରିକାନ୍ ଏୟାର୍ଲାଇନ୍ସ୍’ର ୧୯୫୮ ନମ୍ବରବିଶିଷ୍ଟ ଉକ୍ତ ବିମାନ ଫେରି ଆସି ଅବତରଣ କରିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଥିରୁ ତୁରନ୍ତ ନିଆଁ ଲିଭାଇ ଦେଇଥିଲେ। ଧକ୍କା ଓ ନିଆଁଜନିତ ଅଘଟଣ ଯୋଗୁଁ ଉକ୍ତ ବିମାନର କୌଣସି ଯାତ୍ରୀ ମୃତାହତ ହୋଇ ନ ଥିବା ଖବର ମିଳିଛି।




