ଟ୍ରମ୍ପଙ୍କ ବିରୋଧରେ ଚାଲିବ ଅପରାଧିକ ମାମଲା

ନୂଆଦିଲ୍ଲୀ, ୩୧/୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟ‌ରେ ଟ୍ରମ୍ପ୍ ବ୍ୟକ୍ତିଗତ ତଥ୍ୟ ଲୁଚାଇବାପାଇଁ ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ। ଏହି ମାମଲାରେ ନ୍ୟୁୟର୍କର ଏକ ଗ୍ରାଣ୍ଡ୍‌ ଜୁରି ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ ଚିହ୍ନଟ କରିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। ଏହି ମାମଲାରେ ଟ୍ରମ୍ପ୍‌ ଆସନ୍ତା ସପ୍ତାହରେ ମାନହାଟ୍ଟନ […]

Samaya Live Picture
Published On

ନୂଆଦିଲ୍ଲୀ, ୩୧/୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟ‌ରେ ଟ୍ରମ୍ପ୍ ବ୍ୟକ୍ତିଗତ ତଥ୍ୟ ଲୁଚାଇବାପାଇଁ ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ। ଏହି ମାମଲାରେ ନ୍ୟୁୟର୍କର ଏକ ଗ୍ରାଣ୍ଡ୍‌ ଜୁରି ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ ଚିହ୍ନଟ କରିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ। ଏହି ମାମଲାରେ ଟ୍ରମ୍ପ୍‌ ଆସନ୍ତା ସପ୍ତାହରେ ମାନହାଟ୍ଟନ ଜିଲ୍ଲା ଏଟର୍ଣ୍ଣି ଅଫିସରେ ହାଜର ହୋଇପାରନ୍ତି। ତେବେ ମାମଲାରେ ଯଦିବି ଟ୍ରମ୍ପ୍ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ୍‌ଙ୍କୁ ଅଯୋଗ୍ୟ କରା‌ଯିବନି। ଗତବର୍ଷ ନଭେମ୍ବରରେ ଟ୍ରମ୍ପ୍‌ ତାଙ୍କ ପ୍ରାର୍ଥିପତ୍ର କାଗଜପତ୍ର ଦାଖଲ କରିଥିଲେ। ଉଲ୍ଲେଖ‌ଯୋଗ୍ୟ ଯେ ଟ୍ରମ୍ପ୍ ପର୍ନଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ତାଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ୨୦୧୬ ‌ନିର୍ବାଚନ ପୂର୍ବରୁ ତାଙ୍କୁ ୧୩୦,୦୦୦ ଡଲାର ଦେଇଥିଲେ। ଟ୍ରମ୍ପ୍‌ଙ୍କ ବ୍ୟକ୍ତିଗତ ଓକିଲଙ୍କ ଦ୍ବାରା ଡାନିଏଲ୍ସଙ୍କୁ ଏହି ଟଙ୍କା ଦିଆଯାଇଥିଲା। ଉକ୍ତ ଘଟଣାର ତଦନ୍ତ ‌ହେବାପରେ ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ତେବେ ଟ୍ରମ୍ପ୍ ଏହି ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି। ଟ୍ରମ୍ପ କହିଛନ୍ତି ସେ ସମ୍ପୂର୍ଣ୍ଣ ଭା‌ବେ ନିର୍ଦ୍ଦୋ‌ଶ।

Tags: