ଖେରସନରେ ରୁଷର ଭୟଙ୍କର ଆକ୍ରମଣ, ୨୧ ଜଣଙ୍କ ମୃତ୍ୟୁ

କିବ୍ : ୟୁକ୍ରେନର ଖେରସନରେ ରୁଷ୍ ଅତି ଭୟଙ୍କର ଆକ୍ରମଣ କରିଛି। ଖେରସନରେ ସୁପରମାର୍କେଟ୍, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇତି ମଧ୍ୟରେ କିବରେ ଆଜି ୨ଟି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। । କିବ, ଚେର୍ନିହିବ, ସୁମି, ପୋଲଟଭା, ଖାରକିଭ, ମାଇକୋଲେବ, ନିପ୍ରୋପେଟ୍ରୋଭସ୍କ, ଜାପୋରିଝିଆରେ ଏୟାର ରେଡ୍ ଆଲର୍ଟ […]

Samaya Live Picture
Published On

କିବ୍ : ୟୁକ୍ରେନର ଖେରସନରେ ରୁଷ୍ ଅତି ଭୟଙ୍କର ଆକ୍ରମଣ କରିଛି। ଖେରସନରେ ସୁପରମାର୍କେଟ୍, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇତି ମଧ୍ୟରେ କିବରେ ଆଜି ୨ଟି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। । କିବ, ଚେର୍ନିହିବ, ସୁମି, ପୋଲଟଭା, ଖାରକିଭ, ମାଇକୋଲେବ, ନିପ୍ରୋପେଟ୍ରୋଭସ୍କ, ଜାପୋରିଝିଆରେ ଏୟାର ରେଡ୍ ଆଲର୍ଟ ଜାରି ହୋଇଛି। ଲୋକମାନଙ୍କୁ ଘରେ ଏବଂ ଆଶ୍ରୟସ୍ଥଳରେ ରହିବାପାଇଁ କୁହାଯାଇଛି। ରୁ୍ଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ହତ୍ୟା କରିବାପାଇଁ ଉଦ୍ୟମ କରୁଛି ବୋଲି ରୁଷ୍ ଦାବି କରିବାପରେ ଏହି ଆକ୍ରମଣ ଜୋରଦାର ହୋଇଛି। ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଆମେ ପୁଟିନଙ୍କ ଉପରେ କିମ୍ବା ରୁଷ୍ ଉପରେ ଆକ୍ରମଣ କରିନୁ। ଆମେ କେବଳ ଆମ ଅଞ୍ଚଳ ପାଇଁ ଲଢ଼େଇ କରୁଛୁ।

Tags: