ଆମେରିକା ଭିତ୍ତିଭୂମିକୁ ହ୍ୟାକ୍‌ କରିପାରେ ଚୀନ

ୱାସିଂଟନ: ଚୀନ ଏବଂ ଆମେରିକା ମଧ୍ୟରେ ସଂପର୍କ ଭଲ ନଥିବା ସାରା ବିଶ୍ବ ଜାଣିଛି। ଏଭଳି ସ୍ଥିତିରେ ଆମେରିକାର ଭିତ୍ତିଭୂମି ନେଟୱର୍କ ଗୁଡ଼ିକରେ ଚୀନର ହ୍ୟାକିଂ ଗ୍ରୁପ୍‌ ଗୁଇନ୍ଦାଗିରି କରୁଥିବା ଆମେରିକାର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ଆମେରିକାର ରେଳ ବ୍ୟବସ୍ଥା, ଗ୍ୟାସ ପାଇପଲାଇନ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ ଚୀନ ହ୍ୟାକ୍‌ ବା ସାଇବର ଆକ୍ରମଣ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଆମେରିକା ପକ୍ଷରୁ ବୁଧବାର ଦିନ ଏକ ବହୁଦେଶୀୟ ଆଲର୍ଟ ଜାରି କରାଯାଇଛି। […]

Samaya Live Picture
Published On

ୱାସିଂଟନ: ଚୀନ ଏବଂ ଆମେରିକା ମଧ୍ୟରେ ସଂପର୍କ ଭଲ ନଥିବା ସାରା ବିଶ୍ବ ଜାଣିଛି। ଏଭଳି ସ୍ଥିତିରେ ଆମେରିକାର ଭିତ୍ତିଭୂମି ନେଟୱର୍କ ଗୁଡ଼ିକରେ ଚୀନର ହ୍ୟାକିଂ ଗ୍ରୁପ୍‌ ଗୁଇନ୍ଦାଗିରି କରୁଥିବା ଆମେରିକାର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ଆମେରିକାର ରେଳ ବ୍ୟବସ୍ଥା, ଗ୍ୟାସ ପାଇପଲାଇନ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିକୁ ଚୀନ ହ୍ୟାକ୍‌ ବା ସାଇବର ଆକ୍ରମଣ କରିପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ଆମେରିକା ପକ୍ଷରୁ ବୁଧବାର ଦିନ ଏକ ବହୁଦେଶୀୟ ଆଲର୍ଟ ଜାରି କରାଯାଇଛି। ଏଥିରୁ ଜଣାଯାଇଛି ଯେ ଆମେରିକାର ସାମରିକ ଏବଂ ସରକାରୀ ବ୍ୟବସ୍ଥା ଉପରେ ଚୀନ୍‌ ସାଇବର ଗୁଇନ୍ଦା ଅଭିଯାନ ଚଳାଇଛି।
ତେବେ ଏଭଳି ଦାବିକୁ ଚୀନ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଙ୍କ ଦ୍ବାରା ଏକ ‘ସମ୍ମିଳିତ ଭ୍ରାନ୍ତସୂଚନା ଅଭିଯାନ’ ଜାରି ହୋଇଛି ବୋଲି ଚୀନ କହିଛି। ଅନ୍ୟପକ୍ଷରେ ଚୀନର ଏଭଳି ଆକ୍ରମଣ ଯୋଜନା ଏବଂ ଏହାର ପ୍ରଭାବର ବ୍ୟାପକତା କେତେ ତାହା ଉପରେ ଆମେରିକାର ସାଇବର ସିକ୍ୟୁରିଟି ଆଣ୍ଡ ଇନଫ୍ରା‌ଷ୍ଟ୍ରକଚର ସିକ୍ୟୁରିଟି ଏଜେନ୍ସି (ସିଆଇଏସଏ) ବୁଝିବା ପାଇଁ ଉଦ୍ୟମ ଚଳାଇଛି।

Tags: