ଆମେରିକାର ହ୍ରଦରୁ ଉଦ୍ଧାର ହେଲା ୨ ନିଖୋଜ ଭାରତୀୟ ଛାତ୍ରଙ୍କ ଶବ

ନ୍ୟୁୟର୍କ: ଆମେରିକାର ଇଣ୍ଡିଆନାରେ ଗୋଟାଏ ହ୍ରଦରେ ନିଖୋଜ ହୋଇଯାଇଥିବା ଦୁଇଜଣ ଭାରତୀୟ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଛି। ‘ୟୁଏସ୍ଏ ଟୁଡେ’ ରିପୋର୍ଟ ଅନୁସାରେ, ଏପ୍ରିଲ୍ ୧୫ ତାରିଖ ଦିନ କିଛି ବନ୍ଧୁଙ୍କ ସହିତ ୧୯ ବର୍ଷିୟ ସିଦ୍ଧାନ୍ତ ଶାହ ଓ ୨୦ ବର୍ଷିୟ ଅର୍ଯ୍ୟାନ୍ ବୈଦ୍ୟ ମନ୍ରୋ ହ୍ରଦକୁ ପହଁରିବା ପାଇଁ ଯାଇଥିଲେ, କିନ୍ତୁ ଦୁହେଁ ଆଉ ପାଣି ଉପରକୁ ଉଠିନଥିଲେ। ଉଭୟ ଛାତ୍ର ‘ଆଇୟୁ’ର କେଲି ସ୍କୁଲ୍ ଅଫ୍ ବିଜ୍ନେସ୍ରେ ଅଧ୍ୟୟନ କରୁଥିଲେ। ପ୍ରତିକୂଳ ପାଣିପାଗଜନିତ […]

Samaya Live Picture
Published On

ନ୍ୟୁୟର୍କ: ଆମେରିକାର ଇଣ୍ଡିଆନାରେ ଗୋଟାଏ ହ୍ରଦରେ ନିଖୋଜ ହୋଇଯାଇଥିବା ଦୁଇଜଣ ଭାରତୀୟ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଛି। ‘ୟୁଏସ୍ଏ ଟୁଡେ’ ରିପୋର୍ଟ ଅନୁସାରେ, ଏପ୍ରିଲ୍ ୧୫ ତାରିଖ ଦିନ କିଛି ବନ୍ଧୁଙ୍କ ସହିତ ୧୯ ବର୍ଷିୟ ସିଦ୍ଧାନ୍ତ ଶାହ ଓ ୨୦ ବର୍ଷିୟ ଅର୍ଯ୍ୟାନ୍ ବୈଦ୍ୟ ମନ୍ରୋ ହ୍ରଦକୁ ପହଁରିବା ପାଇଁ ଯାଇଥିଲେ, କିନ୍ତୁ ଦୁହେଁ ଆଉ ପାଣି ଉପରକୁ ଉଠିନଥିଲେ। ଉଭୟ ଛାତ୍ର ‘ଆଇୟୁ’ର କେଲି ସ୍କୁଲ୍ ଅଫ୍ ବିଜ୍ନେସ୍ରେ ଅଧ୍ୟୟନ କରୁଥିଲେ। ପ୍ରତିକୂଳ ପାଣିପାଗଜନିତ ବାଧାବିଘ୍ନ ପରିସ୍ଥିତିରେ ବ୍ୟାପକ ତଲାସ ଅଭିଯାନ ପରେ ଦୁହିଁଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Tags: