ଆକ୍ରମଣ ପାଇଁ ୟୁକ୍ରେନକୁ ଉସୁକାଉଛି ଆମେରିକା : ରୁଷ୍
ମସ୍କୋ: ମସ୍କୋର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର ଅନେକ ଥର ଡ୍ରୋନ୍ ଆକ୍ରମଣ ହୋଇଥିଲା। ଆମେରିକା ହିଁ ଆକ୍ରମଣ ପାଇଁ ୟୁକ୍ରେନ୍କୁ ଉସୁକାଉଛି ବୋଲି ରୁଷ୍ ଅଭିଯୋଗ କରିଛି। ଉକ୍ତ ଡ୍ରୋନ୍ ଆକ୍ରମଣ ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍କୁ ଦୋଷାରୋପ କରିଥିବା ବେଳେ ଆମେରିକାରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ବୁଧବାର ଏହା କହିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ରୁଷରେ ୟୁକ୍ରେନ୍ର ଆକ୍ରମଣକୁ ଏହା ସମର୍ଥନ କରେ ନାହିଁ। ତେବେ କିଏ ଏହି ଆକ୍ରମଣ କରିଛି, […]
ମସ୍କୋ: ମସ୍କୋର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର ଅନେକ ଥର ଡ୍ରୋନ୍ ଆକ୍ରମଣ ହୋଇଥିଲା। ଆମେରିକା ହିଁ ଆକ୍ରମଣ ପାଇଁ ୟୁକ୍ରେନ୍କୁ ଉସୁକାଉଛି ବୋଲି ରୁଷ୍ ଅଭିଯୋଗ କରିଛି। ଉକ୍ତ ଡ୍ରୋନ୍ ଆକ୍ରମଣ ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍କୁ ଦୋଷାରୋପ କରିଥିବା ବେଳେ ଆମେରିକାରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ବୁଧବାର ଏହା କହିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ରୁଷରେ ୟୁକ୍ରେନ୍ର ଆକ୍ରମଣକୁ ଏହା ସମର୍ଥନ କରେ ନାହିଁ। ତେବେ କିଏ ଏହି ଆକ୍ରମଣ କରିଛି, ସେ ନେଇ ଆମେରିକା ତଥ୍ୟ ସଂଗ୍ରହ କରୁଛି। ଅନ୍ୟପକ୍ଷେ ପୁଟିନ କହିଛନ୍ତି ମସ୍କୋକୁ ଉତ୍ତେଜିତ କରିବା ପାଇଁ ଏହି ଆକ୍ରମଣ ଉଦ୍ଦିଷ୍ଟ ।
ରୁଷ୍ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ କହିଛନ୍ତି, ‘ତଥ୍ୟ ସଂଗ୍ରହ କରୁଛି’ ବାକ୍ୟାଂଶ ଭିତରେ ଅସଲ ତଥ୍ୟ ଲୁଚିରହିଛି। ୟୁକ୍ରେନୀୟ ଆତଙ୍କବାଦୀଙ୍କୁ ଏହା ପରୋକ୍ଷ ପ୍ରୋତ୍ସାହନ ବୋଲି ସେ କହିଛନ୍ତି। ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ସହ କିବ୍ ସିଧାସଳଖ ସମ୍ପୃକ୍ତ ନୁହେଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହଯୋଗୀ କହିଛନ୍ତି।




