ବିଶ୍ୱ ପାଣିପାଗ ସଙ୍ଗଠନ: ୨୦୨୨ରେ ବଢିବ ତାପମାତ୍ରା
ପାଣିପାଗ ପରିବର୍ତ୍ତନ ଏବେ ଏକ ଗୁରୁତର ସମସ୍ୟା ରୂପେ ଉଭା ହୋଇଛି । ଯାହାର ପ୍ରଭାବରେ ଧୀରେ ଧୀରେ ସବୁବର୍ଷ ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି । ପ୍ରତିବର୍ଷ ଗରମ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୨୦୨୧ ବିଶ୍ୱର ସପ୍ତମ ଗରମ ବର୍ଷ ଭାବେ ପରିଗଣିତ ହେଉଥିବା ବେଳେ ୨୦୨୨ ପାଇଁ ମଧ୍ୟ ସତର୍କସୂଚନା ଆସିସାରିଛି । ବିଶ୍ୱ ପାଣିପାଗ ସଙ୍ଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୧ ଗରମ ବର୍ଷ ମଧ୍ୟରେ ସପ୍ତମ ସ୍ଥାନରେ […]
ପାଣିପାଗ ପରିବର୍ତ୍ତନ ଏବେ ଏକ ଗୁରୁତର ସମସ୍ୟା ରୂପେ ଉଭା ହୋଇଛି । ଯାହାର ପ୍ରଭାବରେ ଧୀରେ ଧୀରେ ସବୁବର୍ଷ ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି । ପ୍ରତିବର୍ଷ ଗରମ ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୨୦୨୧ ବିଶ୍ୱର ସପ୍ତମ ଗରମ ବର୍ଷ ଭାବେ ପରିଗଣିତ ହେଉଥିବା ବେଳେ ୨୦୨୨ ପାଇଁ ମଧ୍ୟ ସତର୍କସୂଚନା ଆସିସାରିଛି ।

ବିଶ୍ୱ ପାଣିପାଗ ସଙ୍ଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୧ ଗରମ ବର୍ଷ ମଧ୍ୟରେ ସପ୍ତମ ସ୍ଥାନରେ ରହିଛି । ଏହା ପଛରେ ଅନେକ କାରଣ ରହିଛି । ୨୦୨୧ରେ ତାପମାତ୍ରା ବଢାଇବା ପାଇଁ ଅନେକ ଘଟଣା ଘଟିଥିଲା, ଯେଉଁ କାରଣରୁ ବିଶ୍ୱର ତାପମାତ୍ରାରେ ବୃଦ୍ଧି ଦେଖାଦେଇଥିଲା । ସାଧାରଣତଃ ବୈଜ୍ଞାନିକ ମାନେ ଆସନ୍ତା ୧୦ ଦିନର ପାଣିପାଗ କଣ ରହିବ ସେ ନେଇ ଆକଳନ କରିଥାଆନ୍ତି ।

ହେଲେ ୨୦୨୨ରେ ମଧ୍ୟ ତାପମାତ୍ରା ୨୧ ଭଳି ଗରମ ରହିବ ବୋଲି ସେମାନେ ଆକଳନ କରିଛନ୍ତି ।
ଯାହା ବର୍ତ୍ତମାନ ସମସ୍ତଙ୍କର ଚିନ୍ତାର କାରଣ ସାଜିଛି । ୨୦୨୨ର ପ୍ରଥମରୁ ‘ଲା ନିନା’ କାରଣରୁ ବିଶ୍ୱର ତାପମାତ୍ରାରେ କିଛିଟା ଥଣ୍ଡା ଦେଖାଯିବ । ଏହା ହେଉଛି, ଏକ ପ୍ରକାରର ପାଣିପାଗର ଢ଼ାଞ୍ଚା । ଯାହ ପ୍ରଶାନ୍ତ ମହାସାଗରେ ଘଟିଥାଏ । ଏହି ପାଣିପାଗ ଢ଼ାଞ୍ଚାରେ ପ୍ରବଳ ପବନ ଦକ୍ଷିଣ ଆମେରିକାରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ସମୁଦ୍ର ପୃଷ୍ଠରେ ଉଷ୍ମ ଜଳ ପ୍ରବାହିତ କରେ । ଉଷ୍ମ ଜଳ ପଶ୍ଚିମ ଦିଗକୁ ଗଲାବେଳେ ଗଭୀରରୁ ଶୀତଳ ଜଳ ଦକ୍ଷିଣ ଆମେରିକାର ଉପକୂଳ ନିକଟରେ ଉପରକୁ ଉଠିଯାଏ ।

ଫଳରେ ଶୀତ ବାୟୁ ପ୍ରବାହିତ ହୁଏ ।
ହେଲେ ‘ଲା ନିନା’ ପରେ ଗରମ ବଢିବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ତେଣୁ ସମସ୍ତେ ବର୍ତ୍ତମାନ ପରିବେଶ ନେଇ ଚିନ୍ତା କରିବା ସହିତ ବିଶ୍ୱ ତାପମାନକୁ କିଭଳି ନିୟନ୍ତ୍ରଣରେ ରଖିହେବ ସେଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି । ଏଥିପାଇଁ ବିଭିନ୍ନ ସର୍ତକ ମୂଳକ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।




