ମାଘ ମାସରୁ ଉପରମୁହାଁ ପାରଦ ,୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି
ଭୁବନେଶ୍ୱର : କଥାରେ ଅଛି ମାଘ ମାସ ଶୀତ ବାଘ ପରି । କିନ୍ତୁ ଜାନୁଆରୀ ଶେଷ ବେଳକୁ ଗାୟବ ହେଲାଣି ମାଘ ମାସ ଶୀତ । ଫେବ୍ରୁଆରୀ ଆରମ୍ଭରୁ ପାରଦ ହୋଇଛି ଉପରମୁହାଁ। ସକାଳ ୧୦ଟାରୁ ହେଲାଣି ଟାଇଁ ଟାଇଁ ଖରା । ଚଳିତ ବର୍ଷ ଫେବୃଆରୀରୁ ରେକର୍ଡ କଲାଣି ତାତି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ […]
ଭୁବନେଶ୍ୱର : କଥାରେ ଅଛି ମାଘ ମାସ ଶୀତ ବାଘ ପରି । କିନ୍ତୁ ଜାନୁଆରୀ ଶେଷ ବେଳକୁ ଗାୟବ ହେଲାଣି ମାଘ ମାସ ଶୀତ । ଫେବ୍ରୁଆରୀ ଆରମ୍ଭରୁ ପାରଦ ହୋଇଛି ଉପରମୁହାଁ। ସକାଳ ୧୦ଟାରୁ ହେଲାଣି ଟାଇଁ ଟାଇଁ ଖରା । ଚଳିତ ବର୍ଷ ଫେବୃଆରୀରୁ ରେକର୍ଡ କଲାଣି ତାତି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଗତକାଲି ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀରେ ମଧ୍ୟ ବଢ଼ିଛି ପାରଦ। ଭୁବନେଶ୍ବରରେ ୩୪.୯ ଡିଗ୍ରୀ ଏବଂ କଟକରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ଦୁଇ ସପ୍ତାହରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବଡିବ। ତାପମାତ୍ରା ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ରବିବାର ବଲାଙ୍ଗିରରେ ତାତି ୩୬.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି ।
ପାଣିପାଗ ବିଭାଗ ଆକଳନ ଅନୁସାରେ ଶନିବାର ଭୁବନେଶ୍ୱରରେ ତାତି ୩୩.୬ ଡିଗ୍ରୀ ଥିଲା । ଆଜି ଏହା ୩୪.୯ ଡିଗ୍ରୀକୁ ବଢ଼ିଛି । ତାପମାତ୍ରା ଅଧିକ ରହିବା ଯୋଗୁ ଦିନରେ ଗରମ ଅନୁଭୂତ ହେବ । ରାତିରେ ପାଣିପାଗ ସ୍ଥିତି ଆରାମଦାୟକ ରହିବ । ଦିନ ତାପମାତ୍ରା ବଢ଼ିବା, କମିବା ଜାରି ରହିବ । ୫ ତାରିଖରେ ତାତି ଅଧିକ ହେବ । ୬ ତାରିଖରୁ ତାତି ସାମାନ୍ୟ କମିବ । ତେବେ ଆଗକୁ ତାପମାତ୍ରା ଅଧିକ ରହିବା ଯୋଗୁ ଦିନରେ ମଧ୍ୟ ଅତ୍ୟଧିକ ତାତି ସହ ଗରମ ଅନୁଭୂତ ହେବ ।




