ରାଜ୍ୟରେ ପଶ୍ଚିମାଝଡ଼ ର ପ୍ରଭାବ,ରାଜଧାନୀରେ ସକାଳ ପହରୁ ଛେଚିଲା

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମIଝଡ଼ର ପ୍ରଭାବ I ଶନିବାର ଭୋର ଭୋର ରାଜଧାନୀରେ ଘଡଘଡି ସହ ନିରଧୁମ ଛେଚୁଛି ବର୍ଷା I ଅଦିନିଆ ଲଘୁଚାପର ଭ୍ରମ ସୃଷ୍ଟି ହୋଇଥିବା ଜଣା ପଡୁଛି I ରାଜଧାନୀ ବ୍ୟତୀତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ୪୦ରୁ ୫୦କିମି ଛୁଇଁଥିବା ଜଣାପଡିଛି । […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମIଝଡ଼ର ପ୍ରଭାବ I ଶନିବାର ଭୋର ଭୋର ରାଜଧାନୀରେ ଘଡଘଡି ସହ ନିରଧୁମ ଛେଚୁଛି ବର୍ଷା I ଅଦିନିଆ ଲଘୁଚାପର ଭ୍ରମ ସୃଷ୍ଟି ହୋଇଥିବା ଜଣା ପଡୁଛି I ରାଜଧାନୀ ବ୍ୟତୀତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ୪୦ରୁ ୫୦କିମି ଛୁଇଁଥିବା ଜଣାପଡିଛି । ଆଜି ୧୭ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ୭ ସେଣ୍ଟିମିଟରୁ ୧୧ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତକାଲି ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଜଗତ୍‌ସିଂହପୁରରେ ସର୍ବାଧିକ ୩୩.୨ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୮.୬ମିମି, ନୟାଗଡ଼ରେ ୧୩ ମିମି, ଚାନ୍ଦବାଲିରେ ୧୦ ମିମି ଲେଖାଏଁ ବର୍ଷା ହୋଇଛି । ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ଆଜି ଅପରାହ୍‌ଣ ଆଡ଼କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସହ ପାଗ ମେଘୁଆ ରହି ବ। ୨ ତାରିଖରୁ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବ ।

Tags: