ମାଡି ଆସୁଛି କାଳ ବୈଶାଖି ସାଙ୍ଗକୁ ବାତ୍ୟା

ଭୁବନେଶ୍ୱର: ମଇ ୦୩: ରାଜ୍ୟରେ ଆଗାମି ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା । ଏନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା। ସେହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ଜଗତସିଂହପୁର, ଯାଜପୁର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଗଜପତି ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ତେବେ ଏହି ଜିଲ୍ଲାମାନଙ୍କରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କାଲି ପାଇଁ ୬ ଜିଲ୍ଲାକୁ ଓ ୫ ତାରିଖରେ ୧୦ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି। […]

Samaya Live Picture
Published On

ଭୁବନେଶ୍ୱର: ମଇ ୦୩: ରାଜ୍ୟରେ ଆଗାମି ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା । ଏନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା। ସେହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ଜଗତସିଂହପୁର, ଯାଜପୁର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଗଜପତି ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ତେବେ ଏହି ଜିଲ୍ଲାମାନଙ୍କରେ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି କାଲି ପାଇଁ ୬ ଜିଲ୍ଲାକୁ ଓ ୫ ତାରିଖରେ ୧୦ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି। ସେପଟେ ରାଜ୍ୟରେ କନ୍ଦାଉଛି ତାତି । ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏପରିକି ୫ଟି ସହରର ତାପମାତ୍ରା ୪୨ ଉପରେ ରହିଥିଲା। ୪୩.୨ ଡିଗ୍ରୀ ସହ ଗତକାଲି ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପକୁ ନେଇ ଛାନିଆ ଉପକୂଳ ଲୋକେ। ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ତେବେ କାଳବୈଶାଖି, ରୁଦ୍ରତାପ ଓ ଘୂର୍ଣ୍ଣିବଳୟ ଏକାବେଳକେ ଲୋକଙ୍କୁ ଆତଙ୍କିତ ଅବସ୍ଥାରେ ରଖିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାଇ ଲୋକେ ଏହାନେଇ ଅଧିକ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ।