ପ୍ରବଳ ଖରା, ଅସ୍ତବ୍ୟସ୍ତ ଜନଜୀବନ

ପଶ୍ଚିମ ଓଡିଶା: ଅପ୍ରେଲ ୧୮: ରାଜ୍ୟବ୍ୟାପୀ ଲାଗିରହିଛି ପ୍ରବଳ ଗ୍ରୀଷ୍ଣ ପ୍ରବାହ । ବର୍ଦ୍ଧିତ ପାରଦ ସ୍ତରକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ପୂର୍ବ ଓ ଉପକୂଳ ଓଡ଼ିଶାରେ ବି ଅଧିକ ଗରମ ଅନୁଭୂତ ହେଉଥିବା ନଜର ଆସିଛି । ଗତକାଲି ରାଜ୍ୟର ୧୨ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୪୩ ଦଶମିକ ୨ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠୁ […]

Samaya Live Picture
Published On

ପଶ୍ଚିମ ଓଡିଶା: ଅପ୍ରେଲ ୧୮: ରାଜ୍ୟବ୍ୟାପୀ ଲାଗିରହିଛି ପ୍ରବଳ ଗ୍ରୀଷ୍ଣ ପ୍ରବାହ । ବର୍ଦ୍ଧିତ ପାରଦ ସ୍ତରକୁ ନେଇ ଅସ୍ତବ୍ୟସ୍ତ ଜନଜୀବନ । ପୂର୍ବ ଓ ଉପକୂଳ ଓଡ଼ିଶାରେ ବି ଅଧିକ ଗରମ ଅନୁଭୂତ ହେଉଥିବା ନଜର ଆସିଛି । ଗତକାଲି ରାଜ୍ୟର ୧୨ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୪୩ ଦଶମିକ ୨ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ।ସେହିପରି ଅନୁଗୁଳରେ ୪୩.୧ ଡିଗ୍ରୀ ରେକର୍ଡ ହୋଇଥିଲା ଝାରସୁଗୁଡ଼ା ୪୨.୯, ବଲାଙ୍ଗିର ୪୨.୪, ବୌଦ୍ଧ ୪୨, ପାରଳାଖେମୁଣ୍ଡି ୪୧, ସମ୍ବଲପୁର ୪୦.୮ ଡିଗ୍ରୀ ରେକର୍ଡ ହୋଇଛି । ତେବେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ଆଭ୍ୟନ୍ତର ତଥା ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ବୋଲି କହିଛି ପାଣିପାଗ ବିଭାଗ।ସେହିପରି ଆଜି ରାଜଧାନୀ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।