ରାଜ୍ୟରେ ପୁଣି ବଦଳିବ ପାଗ

ଭୁବନେଶ୍ୱର: ଫେବୃଆରୀ ୨୩: ରାଜ୍ୟରେ ପୁଣି ବଦଳୁଛି ପାଗ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୨୫ରୁ ବର୍ଷାର ପରିମାଣ ବଢ଼ିବ। ଏଥିପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ […]

Samaya Live Picture
Published On

ଭୁବନେଶ୍ୱର: ଫେବୃଆରୀ ୨୩: ରାଜ୍ୟରେ ପୁଣି ବଦଳୁଛି ପାଗ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୨୫ରୁ ବର୍ଷାର ପରିମାଣ ବଢ଼ିବ। ଏଥିପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସକାଳ ୮ଟା ଯାଏଁ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଯୋଗୁ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସି ଆସିବା ସହ ଯାନାବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।