୪୦ ଡିଗ୍ରୀ ଉପରେ ଏଗାର ସହରର ତାପମାତ୍ରା

ଭୁବନେଶ୍ୱର: ଜୁନ ୬: ଉପକୂଳ ତୁଳନାରେ ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ନୂଆାପଡ଼ାରେ ତାପମାତ୍ରା ସର୍ବାଧିକ ୪୪ ଡିଗ୍ରୀ ଛୁଇଁଥିବାବେଳେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ ସୋନପୁର, ବରଗଡ଼, ବୌଦ୍ଧ, ନୟାଗଡ଼ ଆଦି ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏମିତିକି ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହୁଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସକାଳ ୧୦ […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୬: ଉପକୂଳ ତୁଳନାରେ ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ନୂଆାପଡ଼ାରେ ତାପମାତ୍ରା ସର୍ବାଧିକ ୪୪ ଡିଗ୍ରୀ ଛୁଇଁଥିବାବେଳେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତେବେ ସୋନପୁର, ବରଗଡ଼, ବୌଦ୍ଧ, ନୟାଗଡ଼ ଆଦି ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏମିତିକି ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହୁଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସକାଳ ୧୦ ପରେ ଲୋକଙ୍କ ବାହାରକୁ ବାହାରିବା କଷ୍ଟକର ହଇପଡୁଛି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲେ ବି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ଫଳରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି ଲୋକେ ।