ଆନ୍ଧ୍ର ମୁହାଁ ବାତ୍ୟା ଅସାନୀ

ଆନ୍ଧ୍ରପ୍ରଦେଶ: ମଇ ୧୧: ସାଧାରଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅସାନି । ଆନ୍ଧ୍ର୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି । ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୧୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ […]

Samaya Live Picture
Published On

ଆନ୍ଧ୍ରପ୍ରଦେଶ: ମଇ ୧୧: ସାଧାରଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅସାନି । ଆନ୍ଧ୍ର୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି । ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୧୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୫୦ କିଲୋମିଟର ଦୂରରେ ଗତି କରୁଛି ବାତ୍ୟା ଅସାନି । ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ର୍ର ଉପକୂଳ ମୁହାଁ ରହିଛି । ଏହା କାକିନାଡ଼ାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଗତି କରୁଛି । ତେଣୁ ଉପକୂଳ ପାଇଁ ଜାରି ହୋଇଛି ରେଡ୍‌ ୱାର୍ଣ୍ଣିଂ । କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ । ସ୍ଥଳ ଭାଗ ଛୁଇଁବା ପରେ ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛ । ଶ୍ରୀକାକୁଲମ, ବିଜୟନଗରମ୍‌, ବିଶାଖାପଟ୍ଟନମରେ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି । ବିଶାଖାପାଟଣାରୁ ଉଡ଼ାଣ ଭରିବାକୁ ଥିବା ୨୩ ବିମାନ ବାତିଲ କରାଯାଇଛି ।