ଜୁନ ୪ ସୁଦ୍ଧା କେରଳ ଆସିପାରେ ମୌସୁମୀ
ଭୁବନେଶ୍ୱର : ସାରା ରାଜ୍ୟରେ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ I ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବଢୁଥିବା ତାପମାତ୍ରାକୁ ନେଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ସଅଳ ମୌସୁମୀକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଜୁନ୍ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି […]
ଭୁବନେଶ୍ୱର : ସାରା ରାଜ୍ୟରେ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ I ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବଢୁଥିବା ତାପମାତ୍ରାକୁ ନେଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ସଅଳ ମୌସୁମୀକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଚଳିତ ବର୍ଷ ଜୁନ୍ ୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି । ଜୁନ୍ ୧ ବଦଳରେ ସାମାନ୍ୟ ବିଳମ୍ବରେ ତଥା ୪ରେ କେରଳ ଛୁଇଁବ ମୌସୁମୀ । ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଏହି କ୍ରମରେ ୨୦୨୦ ରେ ମେ” ୨୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଥିବା ବେଳେ ୨୦୨୧ ରେ ଜୁନ ୩ ତାରିଖ ଓ ୨୦୨୦ ରେ ଜୁନ ୧ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।
କହିରଖୁ କି ଦେଶରେ ଚାଷୀଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି । ସାଧାରଣତଃ କେରଳ ଛୁଇଁବାର ଏକ ସପ୍ତାହ ପରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିଥାଏ । ଫଳରେ ମୌସୁମୀ ଜୁନ୍ ୧୩ ତାରିଖ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି । ତେଣୁ କେରଳକୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି I




