ପୁଣି ବଢିବ ତାତି
ଭୁବନେଶ୍ୱର : ପଶ୍ଚିମା ଝଡ଼ ବର୍ଷା ପରେ ପରେ ରାଜ୍ୟରେ ବଢି ଚାଲିଛି ତାତି I ଅପରାହ୍ନ ସମୟରେ ରାଜ୍ୟରେ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ କୁଆ ପଥର ମାଡ଼ ହେଇ ବର୍ଷା ହେଇ ଯାଉଥିଲେ ମଧ୍ୟ ଦିନବେଳା ଅସହଉ ଗରମରେ କଲବଲ ହେଉଛନ୍ତି ଲୋକେ I ଦିନକୁ ଦିନ ବଢି ଚାଲିଛି ଖରାର ପ୍ରକୋପ I ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, […]
ଭୁବନେଶ୍ୱର : ପଶ୍ଚିମା ଝଡ଼ ବର୍ଷା ପରେ ପରେ ରାଜ୍ୟରେ ବଢି ଚାଲିଛି ତାତି I ଅପରାହ୍ନ ସମୟରେ ରାଜ୍ୟରେ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ କୁଆ ପଥର ମାଡ଼ ହେଇ ବର୍ଷା ହେଇ ଯାଉଥିଲେ ମଧ୍ୟ ଦିନବେଳା ଅସହଉ ଗରମରେ କଲବଲ ହେଉଛନ୍ତି ଲୋକେ I ଦିନକୁ ଦିନ ବଢି ଚାଲିଛି ଖରାର ପ୍ରକୋପ I
ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବ। ବର୍ଷା ବିଶେଷ ହେବ ନାହିଁ।
ସମୁଦ୍ରରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ବାୟୁ ଓ ଉପରସ୍ତରରେ ଥିବା ଶୁଷ୍କ ଓ ଗ୍ରୀଷ୍ମ ବାୟୁ ପ୍ରଭାବରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଏହାପରେ ଖରା ବଢ଼ିବ। ଫଳରେ ଦିନ ତାପମାତ୍ରା ମଧ୍ୟ ଧୀରେଧୀରେ ବଢ଼ିବା ଆରମ୍ଭ କରିବ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ I




