ରାଜଧାନୀ ଦିଲ୍ଲୀ ସମେତ ୫ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ଅଞ୍ଚଳର କିଛି ଅଂଶରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିବା ସୂଚନା ରହିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ଓ ହରିଆଣାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୁମ୍ବାଇ ଓ ତାର ପଡ଼ୋଶୀ ଅଞ୍ଚଳରେ ବି ବର୍ଷା ହେବାର ଆକଳନ କରି ଭାରତୀୟ ପାଣିପାଗ ବିଭାଗ । ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ଦେଶରେ ୫ଟି […]
ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ଅଞ୍ଚଳର କିଛି ଅଂଶରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିବା ସୂଚନା ରହିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ଓ ହରିଆଣାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୁମ୍ବାଇ ଓ ତାର ପଡ଼ୋଶୀ ଅଞ୍ଚଳରେ ବି ବର୍ଷା ହେବାର ଆକଳନ କରି ଭାରତୀୟ ପାଣିପାଗ ବିଭାଗ । ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ଦେଶରେ ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ସୋମବାର ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଉକ୍ତ ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ହାଇ ଆଲର୍ଟ ଜାରି ହୋଇଛି । ଗୁଜରାଟରେ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗୁଜରାଟରେ ବର୍ତ୍ତମାନ ସୁଧା ବର୍ଷା ଏବଂ ବନ୍ୟା ଯୋଗୁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହେଲାଣି । ମାତ୍ର ୩ ଘଣ୍ଟାରେ ଅହମଦାବାଦରେ ୧୧୫ ମିମି ବର୍ଷା ହୋଇଛି । ଅନ୍ୟପକ୍ଷେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ୨ ଦିନ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।




