ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୧୪ରେ କରିପାରେ ଲାଣ୍ଡଫଲ୍‌

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର I ଏହା ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା ରହିଛି । ଫଳରେ ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଯାହାଫଳରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିବା ଆରମ୍ଭ ହେବାର ସୂଚନା ମିଳିଛି । The low pressure area […]

Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର I ଏହା ଘନୀଭୂତ ହୋଇ ଅବପାତରେ ପରିଣତ ସମ୍ଭାବନା ରହିଛି । ଫଳରେ ୧୦ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ଯାହାଫଳରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିବା ଆରମ୍ଭ ହେବାର ସୂଚନା ମିଳିଛି ।

ଆଇଏମଡି ଅନୁଯାୟୀ ସାଇକ୍ଲୋନ୍ ମୋଚା ଦ୍ରୁତ ଗତିରେ ଗତି କରୁଛି, ଯାହାର ଗୁରୁତର ପ୍ରଭାବ ପଶ୍ଚିମବଙ୍ଗ-ଓଡିଶାରେ ଦେଖାଯିବ। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ସାଇକ୍ଲୋନ୍‌ ବାଂଲାଦେଶ ଓ ମିଆଁମାର ଉପକୂଳରେ ହିଟ୍‌ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ବାତ୍ୟା ୧୪ ତାରିଖରେ ଲାଣ୍ଡଫଲ୍‌ କରିବା ନେଇ ଆକଳନ କରିଛି । ୟୁରୋପିଆନ୍‌ ECMWF ମଡେଲ୍‌ ଦର୍ଶାଉଛି ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ । ସେହିପରି ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳରେ ହିଟ୍‌ କରିପାରେ । ୧୧ତାରିଖ ଯାଏ ସାମୁଦ୍ରିକ ବାତ୍ୟା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ସାଇକ୍ଲୋନ୍‌ । ୧୨ ତାରିଖ ସକାଳ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ଅବସ୍ଥିତି ରହିବ । ସେତେବେଳେ ତୀବ୍ର ଘନୀଭୂତ ହେବା ସହ ଅଧିକ ଶକ୍ତିଶାଳୀ ହେବ ମୋଚା । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଏଥି ପାଇଁ ସମୁଦ୍ର ଅଶାନ୍ତ ରହିବ । ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।ଯେଉଁମାନେ ସମୁଦ୍ରରେ ଅଛନ୍ତି, ତୁରନ୍ତ ଫେରି ଆସିବାକୁ କୁହାଯାଇଛି ।

Tags: