ଆହୁରି ୫ ଦିନ ଗରମ ଗୁଳୁଗୁଳି
ଭୁବନେଶ୍ୱର : ନିକଟରେ ବର୍ଷାର କୌଣସି ସମ୍ଭାବନା ନାହିଁ I ଗରମ ଗୁଳୁଗୁଳିର ଆହୁରି ୫ ଦିନ ସିଝିବ ଓଡିଶା I ସକାଳ ପହରୁ ହେଉଛି ଅଗ୍ନିଵର୍ଷା I ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ପରେ ଦିନ ୧୧ ଟାରୁ ଆରମ୍ଭ ହେଇ ଯାଉଛି ଝାଞ୍ଜି ପବନ ମାଡ଼ । ପ୍ରବଳ ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ I ଓଡ଼ିଶାରେ ଆସନ୍ତା ୨୧ ଯାଏଁ ଏଭଳି ସ୍ଥିତି ରହିବ। ତା’ପରେ ତାପମାତ୍ରା […]
ଭୁବନେଶ୍ୱର : ନିକଟରେ ବର୍ଷାର କୌଣସି ସମ୍ଭାବନା ନାହିଁ I ଗରମ ଗୁଳୁଗୁଳିର ଆହୁରି ୫ ଦିନ ସିଝିବ ଓଡିଶା I ସକାଳ ପହରୁ ହେଉଛି ଅଗ୍ନିଵର୍ଷା I ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ପରେ ଦିନ ୧୧ ଟାରୁ ଆରମ୍ଭ ହେଇ ଯାଉଛି ଝାଞ୍ଜି ପବନ ମାଡ଼ । ପ୍ରବଳ ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ I ଓଡ଼ିଶାରେ ଆସନ୍ତା ୨୧ ଯାଏଁ ଏଭଳି ସ୍ଥିତି ରହିବ। ତା’ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି I
ବର୍ତ୍ତମାନ ଓଡିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ରାସା ରାଜ୍ୟକୁ ପ୍ରବେଶ କରିବ । ଏହା ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ହୋଇପାରେ ।
ବର୍ତ୍ତମାନ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରୁ ପବନ ଓଡିଶାକୁ ପ୍ରବେଶ କରୁଥିବାରୁ ରାଜ୍ୟର ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳୁଛି । ଏହାସହିତ ଉପକୂଳରେ ଅର୍ଦ୍ରତାର ପରିମାଣ ୪୦% ରହିଛି । ଏହି କାରଣରୁ ଗରମ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଛି ।
ଅନ୍ୟପକ୍ଷରେ ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ଦେଖାଦେଇଛି ଅସମ୍ଭାଳ ତାତି। ବାରିପଦା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଲଗାତାର କିଛି ଦିନ ଧରି ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ର ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ବୌଦ୍ଧରେ ୪୩.୫ ଡିଗ୍ରୀ, ନୂଆପଡ଼ାରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ସମ୍ୱଲପୁରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୧ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବଲାଙ୍ଗିରରେ ୪୩.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ସୋନପୁରରେ ୪୧.୭ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଢେଙ୍କାନାଳରେ ୪୧.୪ ଡିଗ୍ରୀ, ବରଗଡ଼ରେ ୪୦.୮ ଡିଗ୍ରୀ, ନୟାଗଡ଼ରେ ୪୦.୫ ଡିଗ୍ରୀ ଓ କେନ୍ଦୁଝରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଦକ୍ଷିଣ ଓଡ଼ିଶାରେ କେତେକାଂଶରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I




