ଜୀ ରେ ବିଶ୍ୱକପ ପ୍ରସାରଣ
ଭାରତରେ ଫିଫା ଓ୍ୱାର୍ଲï କପ୍ ୨୦୨୬ର ପ୍ରସାରଣ କିଏ କରିବ ? ସେନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ଦୂର ହୋଇଛି । କାରଣ ଭାରତରେ ଫୁଟବଲ ବିଶ୍ୱକପର ପ୍ରସାରଣ ପାଇଁ ମିଳିଯାଇଛି ବ୍ରଡକାଷ୍ଟର । ଜୁନ୍ ୧୧ରୁ ଆରମ୍ଭ ହେଉଥିବା ଫୁଟବଲ ମହାକୁମ୍ଭର ପ୍ରସାରଣ କରିବ ଜି ଏଣ୍ଟରଟେନମେଣ୍ଟର ନୂଆ ସ୍ପୋର୍ଟସ ଚ୍ୟାନେଲ (ୟୁନାଇଟ୮ ସ୍ପୋର୍ଟସ) । କମ୍ପାନୀ ମ୍ୟାଚ୍ ଟେଲିକାଷ୍ଟ ପାଇଁ ରାଇଟସ କିଣିନେଇଛି । ପ୍ରକୃତରେ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ଅର୍ଥାତ୍ ଫିଫା ଓ୍ୱାର୍ଲï କପ୍ ରାଇଟସ କିଣିଛି । ନୂଆ ଲଞ୍ଚ ହୋଇଥିବା ଟିଭି ଚ୍ୟାନେଲରେ ଫୁଟବଲ ବିଶ୍ୱ କପ୍ ମ୍ୟାଚର ପ୍ରସାରଣ ହେବ । ସେହିଭଳି ୪୮ ଟିମ୍ ଥିବା ଏହି ବିଶାଳ ଟୁର୍ଣ୍ଣାମେଣ୍ଟର ଲାଇଭ ଷ୍ଟ୍ରିମିଂ ଆପଣଙ୍କୁ ଦେଖିବାକୁ ମିଳିବ । ଜୁନ ୧୧ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ, ଆମେରିକା, ମେକ୍ସିକୋ ଏବଂ କାନାଡା ମିଶି ଏହାକୁ ଆୟୋଜନ କରୁଛନ୍ତି ।
୨୦୩୪ ପର୍ଯ୍ୟନ୍ତ ଡିଲ୍
କମ୍ପାନୀ ଏହା ମଧ୍ୟ ଘୋଷଣା କରିଛି ଯେ, ସେ ଭାରତୀୟ ବଜାରରେ ୨୦୨୬ ହିଁ ନୁହେଁ ବରଂ ୨୦୩୦ ଫିଫା ବିଶ୍ୱ କପ୍, ୨୦୨୭ ଫିଫା ମହିଳା ବିଶ୍ୱକପ୍ ଏବଂ ୨୦୩୪ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ ଫିଫା ଇଭେଣ୍ଟର ମଧ୍ୟ ପ୍ରସାରଣ କରିବ । ଏଥିରେ ଡକ୍ୟୁମେଣ୍ଟାରୀ କଣ୍ଟେଣ୍ଟ ମଧ୍ୟ ରହିଛି । ଫିଫା ବିଶ୍ୱ କପ୍ (ପୁରୁଷ ଏବଂ ମହିଳା) ବ୍ୟତୀତ ୧୭ବର୍ଷରୁ କମ୍ ବିଶ୍ୱ କପ୍, ମହିଳା- ୧୭ ବିଶ୍ୱ କପ୍, ଟି- ୨୦ ବିଶ୍ୱ କପ୍, ମହିଳା ଟି- ୨୦ ବିଶ୍ୱ କପ୍, ଫୁଟସାଲ ବିଶ୍ୱ କପ୍, ଫୁଟସାଲ ମହିଳା ବିଶ୍ୱ କପ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ମଧ୍ୟ ନୂଆ ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରଣ ହେବ । ସିଇଓ ପୁନୀତ ଗୋୟଙ୍କା କହିଛନ୍ତି ଆମେ ଦୁନିଆର ସବୁଠୁ ବଡ଼ ସ୍ପୋର୍ଟସ ଇଭେଣ୍ଟ ମଧ୍ୟରୁ ଗୋଟିଏକୁ ଭାରତୀୟ ଦର୍ଶକଙ୍କ ପାଇଁ ଆଣିବା ପାଇଁ ଉତ୍ସାହିତ ।
କଣ ଥିଲା ଅସୁବିଧା?
ସୂଚନାଥାଉକି, ଫିଫା ବିଶ୍ୱ କପର ସମୟ କାରଣରୁ ଭାରତରେ ବ୍ରଡକାଷ୍ଟରକୁ ନେଇ ଅଡ଼ୁଆ ଲାଗିରହିଥିଲା । କାରଣ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ର ପରେ ହେଉଥିବାରୁ ଏହା ଏକ ସମସ୍ୟା ହୋଇ ରହିଥିଲା । ଏହି କାରଣରୁ ଜିଓହଟଷ୍ଟାର ଏବଂ ସୋନୀ ସ୍ପୋର୍ଟସ ଭଳି ବଡ଼ କମ୍ପାନୀ ମଧ୍ୟ ରାଇଟ୍ସ କିଣିବାକୁ ପଛରୁ ହଟିଯାଇଥିଲେ । ଆହୁରି ମଧ୍ୟ ୨୦୨୬ ଏବଂ ୨୦୩୦ ବିଶ୍ୱ କପ୍ ପାଇଁ ଫିଫା ୧୦୦ ମିଲିୟନ ଡଲାର ଦାବି କରିଥିଲା । ଫଳରେ ରାଇଟ୍ସ କିଣିବା ଆହୁରି ମୁସ୍କିଲ ହୋଇପଡ଼ିଥିଲା । ଅବଶ୍ୟ ପରେ ଏହି ଦାବିକୁ ୬୦ ମିଲିୟନ କରାଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଓହଟଷ୍ଟା ୨୦ ମିଲିୟନ ଡଲାର ଅଫର କରିଥିଲା ।
୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂରେ ପ୍ରତ୍ୟାବର୍ତ୍ତନ କରିଛି ଜୀ
ଜୀ ନେଟଓ୍ୱର୍କ ଏହାର କିଛି ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ସ ବନ୍ଦ କରି ଖେଳ ପ୍ରେମୀଙ୍କ ପାଇଁ ଚାରି ନୂଆ ଚ୍ୟାନେଲ ଲଞ୍ଚ କରିଛି । ଏଥିରେ ହିନ୍ଦୀ ଦର୍ଶକଙ୍କ ପାଇଁୟୁନାଇଟ ୮ ସ୍ପୋର୍ଟ୍ସ ୧' ଏବଂୟୁନାଇଟ ୮ ସ୍ପୋର୍ଟସ ୧ ଓଉଦ ଏବଂ ଇଂରାଜୀରେୟୁନାଇଟ ୮ ସ୍ପୋର୍ଟସ ୨' ଏବଂୟୁନାଇଟ ୮ ସ୍ପୋର୍ଟସ ୨ ରହିଛି । ତେବେ ଫିଫା ଓ୍ୱାର୍ଲï କପ୍ ପ୍ରସାରଣ ସହୂ ପ୍ରାୟ ୮ ବର୍ଷ ପରେ ସ୍ପୋର୍ଟସ ବ୍ରଡକାଷ୍ଟିଂ ସେକଫରରେ ଜୀ ପ୍ରତ୍ୟାବର୍ତ୍ତନ କରିଛି ।



