ଆଜିଠୁ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ

ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ଶୁକ୍ରବାରଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍ରେ ଡିଆର୍ଏସ୍ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ ।ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ୍ । […]

Samaya Live Picture
Published On

ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ଶୁକ୍ରବାରଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍ରେ ଡିଆର୍ଏସ୍ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ ।ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମେ ବ୍ୟାଟିଂ କରି ଓ୍ଲେଷ୍ଟ୍ ଇଣ୍ଡିଜ ୫୦ ଓଭରରେ ୨୫୯ ରନ୍ କରିଥିଲା । ସେହିପରି ଏବେସୁଦ୍ଧା ନ୍ୟୁଜିଲାଣ୍ଡ ୩୧ ରନ୍ କରି ବ୍ୟାଟିଂ କରୁଛି । ଦଳ ଗୋଟିଏ ଓ୍ୱିକେଟ୍ ହରାଇଛି ।ମହିଳା ବିଶ୍ୱକପ୍ରେ ମୋଟ ୮ଟି ଦଳ ଯଥା ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଭାରତ, ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଭାଗ ନେବେ । ରାଉଣ୍ଡ-ରବିନ ଏବଂ ନକ୍ଆଉଟ୍ ପର୍ଯ୍ୟାୟ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲ୍ ଓ ଫାଇନାଲ୍କୁ ମିଶାଇ ମୋଟ ୩୧ଟି ମ୍ୟାଚ୍ ରହିଛି ।