ମହିଳା ଏସିଆ କପ୍ ଟି-୨୦ : ଥାଇଲାଣ୍ଡକୁ ହରାଇ ଭାରତ ଟେବୁଲ ଶୀର୍ଷ
ସିଲହେଟ: ଏସିଆ କପ୍ ଟି-୨୦ର ୧୯ତମ ମ୍ୟାଚରେ ଭାରତୀୟ ମହିଳା ଦଳ ୯ୱିକେଟରେ ଥାଇଲାଣ୍ଡକୁ ହରାଇ ଟେବୁଲର ଶୀର୍ଷକୁ ଉଠିଛି । ଭାରତ ତାର ଶେଷ ମ୍ୟାଚରେ ଥାଇଲାଣ୍ଡକୁ ଭେଟିଥିଲା । ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ୧୫.୧ଓଭରରେ ମାତ୍ର ୩୭ରନ୍ କରି ଅଲଆଉଟ ହୋଇଥିଲା । ୩୮ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ମହିଳା ଦଳ ସାଫଳି ବର୍ମା (୮ରନ୍)ଙ୍କ ୱିକେଟ ହରାଇ ୬ଓଭରରେ ୪୦/୧ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିିଥିଲା । […]
ସିଲହେଟ: ଏସିଆ କପ୍ ଟି-୨୦ର ୧୯ତମ ମ୍ୟାଚରେ ଭାରତୀୟ ମହିଳା ଦଳ ୯ୱିକେଟରେ ଥାଇଲାଣ୍ଡକୁ ହରାଇ ଟେବୁଲର ଶୀର୍ଷକୁ ଉଠିଛି । ଭାରତ ତାର ଶେଷ ମ୍ୟାଚରେ ଥାଇଲାଣ୍ଡକୁ ଭେଟିଥିଲା । ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ୧୫.୧ଓଭରରେ ମାତ୍ର ୩୭ରନ୍ କରି ଅଲଆଉଟ ହୋଇଥିଲା ।

୩୮ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ମହିଳା ଦଳ ସାଫଳି ବର୍ମା (୮ରନ୍)ଙ୍କ ୱିକେଟ ହରାଇ ୬ଓଭରରେ ୪୦/୧ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିିଥିଲା । ଶାବିନେନି ମେଘନା ୨୦ ଓ ପୂଜା ଭଷ୍ଟ୍ରକର ୧୨ରନ୍ କରି ଦଳକୁ ବିଜୟ କରିଥିଲେ । ସ୍ନେହ ରଣାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା ।




