ୱିମେନ ପ୍ରିମିଅର ଲିଗ

ୱିମେନ ପ୍ରିମିଅର ଲିଗ

ଆପିଏଲ ଭଳି ଡବ୍ଲୁପିଏଲର ମଧ୍ୟ ଖୁବ କ୍ରେଜ ଦେଖିବାକୁ ମିଳିଥାଏ । ୨୦୨୨ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସମର୍ଥ ହୋଇଛି । ଡବ୍ଲୁପିଏଲ ହେଉଛି ମହିଳା ଟିଟ୍ବେଣ୍ଟି କ୍ରିକେଟ ଲିଗ ଯାହାକୁ ବିସିସିଆଇ ଆୟୋଜନ କରିଥାଏ । ଏହି ଲିଗରେ ପାଞ୍ଚଟି ଫ୍ରାଞ୍ଚାଇଜ ଟିମ୍ ଭାଗ ନେଇଥାଆନ୍ତି । ୨୦୨୩ରେ ଏହାର ପ୍ରଥମ ସଂସ୍କରଣ ଖେଳାଯାଇଥିଲା, ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ବିଜେତା ହୋଇଥିଲା । ଏହାପରେ ଦ୍ବିତୀୟ ସଂସ୍କରଣ ୨୦୨୪ରେ ଖେଳାଯାଇଥିଲା । ଏହି ଟାଇଟଲ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ଟାଇଟଲ ଜିତିଥିଲା । ଏହାପରେ ତୃତୀୟ ସଂସ୍କରଣ ୨୦୨୫ରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ ଏହି ଟାଇଟଲକୁ ଜିତିଥିଲା ।

ସମ୍ବନ୍ଧିତ ଖବର ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ଟାର୍ଗେଟ୍‌ରେ ସଲମାନ ଆଗାଙ୍କ ପତ୍ନୀ ଓ ପୁଅ

ଦଳ
୧ ଦିଲ୍ଲୀ କ୍ୟାପିଟାଲ୍ସ
୨ ଗୁଜରାଟ ଜ୍ୟାଣ୍ଟସ
୩ ମୁମ୍ବାଇ ଇଣ୍ଡିଆନ୍ସ
୪ ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁ
୫ ୟୁପି ୱାରିଅର

ସମ୍ବନ୍ଧିତ ଖବର ପରିବାରର ଜରୁରୀକାଳୀନ ପରିସ୍ଥିତି ପରେ ଜିମ୍ବାୱେ ମୁକାବିଲା ପୂର୍ବରୁ ରିଙ୍କୁ ସିଂହ ପୁଣି ଥରେ ଭାରତୀୟ ଦଳରେ ଯୋଗଦେବେ

ଆପିଏଲ ଭଳି ଏହାର ଷ୍ଟ୍ରକଚରକୁ ନିର୍ମାଣ କରାଯାଇଛି । ପ୍ରଥମରୁ ଏଥିରେ ପାଞ୍ଚୋଟି ଦଳ ଖେଳୁଥିଲେ । ଯେଉଁଥିରେ ସେମାନେ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳୁଥିଲେ । ହେଲେ ଏହାପରେ ବୋର୍ଡ ଦଳ ବଢାଇବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ସଂସ୍କରଣ ୨୦୨୩, ୪ ମାର୍ଚ୍ଚରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯାଇଥିଲା । ପ୍ରଥମ ସଂସ୍କରଣରେ ମହିଳାଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ଦିଆଯାଇଥିଲା । ଏହାପରେ ଦ୍ବିତୀୟ ସଂସ୍କରଣ ଫେବୃଆରୀ ୨୩ରୁ ମାର୍ଚ୍ଚ ୧୭, ୨୦୨୪ ପର୍ଯ୍ୟନ୍ତ ଖେଳାଯାଇଥିଲା । ତେବେ ଏହି ସଂସ୍କରଣକୁ ପାଞ୍ଚଟି ଦଳକୁ ନେଇ ଖେଳାଯାଇଥିଲା । ଏହାର ମ୍ୟାଚ ଗୁଡିକ ବେଙ୍ଗାଲୁର ଓ ଦିଲ୍ଲୀରେ ଖେଳାଯାଇଥିଲା । ଏହି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମଥର ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ଚମ୍ପିଆନ ହୋଇଥିଲା । ପ୍ରଥମ ସଂସ୍କରଣରେ ପାଖାପାଖି ୧୫୦୦ ଜଣ ଖେଳାଳୀ ନିଜ ନାଁ ରେଜିଷ୍ଟ୍ରର କରିଥିଲେ । ପ୍ରତି ଫାଞ୍ଚାଇଜ ୧୨ କୋଟିରେ ୧୫ରୁ ୧୮ ଜଣ ଖେଳାଳୀଙ୍କୁ କିଣିବାର ନିୟମ ରହିଥିଲା । ପ୍ରଥମ ନିଲାମୀରେ ସ୍ମୃତି ମନ୍ଦାନା ସବୁଠାରୁ ଦାମୀ ଖେଳାଳୀ ଭାବେ ନିଲାମ ହୋଇଥିଲେ । ତାଙ୍କୁ ରୟାଲ ଚାଲଞ୍ଜର ବେଙ୍ଗାଲୁରୁ ୩.୪ କୋଟିରେ କିଣିଥିଲା ଏବଂ ଦଳର ଅଧିନାୟକ ଭାବେ ସେ କାର୍ଯ୍ୟ କରିଥିଲେ ।

ସମ୍ବନ୍ଧିତ ଖବର ଲିଭର କର୍କଟ ରୋଗରେ ପୀଡିତ ରିଙ୍କୁ ସିଂହଙ୍କ ବାପାଙ୍କ ମୃତ୍ୟୁ

Tags: