ଶୃଙ୍ଖଳା ପୋଛିନେଲା ଭାରତ

ପୋର୍ଟ ଅଫ୍‌ ସ୍ପେନ : େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଟିମ୍‌ ଇଣ୍ଡିଆ ୩-୦ରେ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଡିଏଲ୍‌ ମେଥଡ଼ ଅନୁଯାୟୀ ୧୧୯ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ଟି ୩୬ ଓଭର ବିଶିଷ୍ଟ ହୋଇଥିଲା । ଭାରତ ୩୬ ଓଭରରେ ୩ ୱିକେଟ ହରାଇ ୨୨୫ ରନ୍‌ କରିଥିଲା । ଡକ୍‌ୱର୍ଥ/ଲୁଇସ୍‌ ନିୟମ ଅନୁଯାୟୀ ଇଣ୍ଡିଜ ସମ୍ମୁଖରେ ୩୫ ଓଭରରେ […]

Samaya Live Picture
Published On

ପୋର୍ଟ ଅଫ୍‌ ସ୍ପେନ : େୱଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଟିମ୍‌ ଇଣ୍ଡିଆ ୩-୦ରେ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଡିଏଲ୍‌ ମେଥଡ଼ ଅନୁଯାୟୀ ୧୧୯ ରନ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା ।

ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ଟି ୩୬ ଓଭର ବିଶିଷ୍ଟ ହୋଇଥିଲା । ଭାରତ ୩୬ ଓଭରରେ ୩ ୱିକେଟ ହରାଇ ୨୨୫ ରନ୍‌ କରିଥିଲା । ଡକ୍‌ୱର୍ଥ/ଲୁଇସ୍‌ ନିୟମ ଅନୁଯାୟୀ ଇଣ୍ଡିଜ ସମ୍ମୁଖରେ ୩୫ ଓଭରରେ ୨୫୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଇଣ୍ଡିଜ ୨୬ ଓଭରରେ ୧୩୭ ରନ୍‌ କରି ଅଲଆଉଟ ହେବାରୁ ଭାରତ ଶୃଙ୍ଖଳା ଜିତିବାକୁ ସମର୍ଥ ହୋଇଛି । ୯୮ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ଶୁଭମନ ଗୀଲଙ୍କୁ ମ୍ୟାଚ୍‌ ତଥା ଶୃଙ୍ଖଳା ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା ।

ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲା ଭାରତ । ଅଧିନାୟକ ଶିଖର ଧାୱନଙ୍କ ସହ ଶୁଭମନ ଗୀଲ୍‌ ୧୧୩ ରନର ଇନିଂସ୍‌ ଖେଳିଥିଲେ । ଧାୱନ ୫୮ ରନ୍‌ କରି ଆଉଟ ହୋଇଥିଲା ବେଳେ ଶୁଭମନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୮ ରନ୍‌ କରିଥିଲେ । ବର୍ଷା ଯୋଗୁ ମ୍ୟାଚ୍‌ ଦୁଇଥର ବାଧାପ୍ରାପ୍ତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ ଆୟର ୪୪, ସୂର୍ଯ୍ୟକୁମାର ଯାଦବ ୮ ଓ ସଞ୍ଜୁ ସାମ୍‌ସନ ଅପରାଜିତ ୬ ରନ କରିଥିଲେ । ଇଣ୍ଡିଜର ହେଡେନ ୱାଲ୍ସ ୨ଟି ଓ ଅକେଲା ହୋସେନ ଗୋଟିଏ ୱିକେଟ ସଫଳତା ହାସଲ କରିଥିଲେ ।

ଇଣ୍ଡିଜ ସମ୍ମୁଖରେ ଡିଏଲ୍‌ ନିୟମ ଅନୁଯାୟୀ ୩୫ ଓଭରରେ ୨୫୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଆରମ୍ଭରୁ ମହମ୍ମଦ ସିରାଜ ଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ସ୍ଥିତି ସମ୍ଭାଳିବାକୁ ସୁଯୋଗ ଦେଇ ନଥିଲେ । ବିନା ସ୍କୋର୍‌ରେ ଇଣ୍ଡିଜ ୨ ୱିକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା । କାଇଲ ମେୟର୍ସ ଓ ସାମରା ବ୍ରୁକ୍ସଙ୍କୁ ଆଉଟ କରିଥିଲେ ସିରାଜ । ସାଇହୋପ ୨୨, ବ୍ରାଣ୍ଡନ୍‌ କିଙ୍ଗ୍‌ ୪୨, ନିକୋଲାସ ପୁରନ ୪୨, କେସି କାର୍ଟି ୫, ହେଡେନ୍‌ ୱାଲ୍ସ ୧୦ ରନ୍‌ କରିବାରୁ ଇଣ୍ଡିଜ ୨୬ ଓଭରରେ ୧୩୭ ରନ କରି ଅଲଆଉଟ ହୋଇଥିଲା । ବୋଲିଂରେ ଭାରତର ୟୁଜଭେନ୍ଦ୍ର ଚହଲ ୪ଟି, ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ, ଅକ୍ଷର ପଟେଲ ଓ ପ୍ରସିଦ୍ଧ କି୍ରଷ୍ଣା ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ ।