୩୧ ବର୍ଷରେ ବିରାଟ

ସମୟ ଲାଇଭ୍‍୫/୧୧: ୧୯୮୮,ନଭେମ୍ବର ୫ରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିଟି ମ୍ୟାଚରେ କିଛି ନୂଆ ପ୍ରଦର୍ଶନ କରି ପ୍ରଶଂସକଙ୍କ ପ୍ରଶଂସା ସାଉଁଟୁଥିବା ଏହି କ୍ରିକେଟରଙ୍କ ଡ଼ାକ ନାମ ‘ଚିକୁ’ ଅଟେ। ପିତା ପ୍ରେମ କୋହଲିଙ୍କ ଅତି ନିକଟତର ବିରାଟ ମା’ ସରୋଜ କୋହଲିଙ୍କ ଗେହ୍ଲା ପୁଅ ଅଟନ୍ତି। କେବଳ ଉଦ୍ଭିଦଜାତ ଖାଦ୍ୟ ଖାଉଥିବା ବିରାଟ ୨୦୧୭ରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ତେବେ […]

Samaya Live Picture
Published On

ସମୟ ଲାଇଭ୍‍୫/୧୧: ୧୯୮୮,ନଭେମ୍ବର ୫ରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ପ୍ରତିଟି ମ୍ୟାଚରେ କିଛି ନୂଆ ପ୍ରଦର୍ଶନ କରି ପ୍ରଶଂସକଙ୍କ ପ୍ରଶଂସା ସାଉଁଟୁଥିବା ଏହି କ୍ରିକେଟରଙ୍କ ଡ଼ାକ ନାମ ‘ଚିକୁ’ ଅଟେ। ପିତା ପ୍ରେମ କୋହଲିଙ୍କ ଅତି ନିକଟତର ବିରାଟ ମା’ ସରୋଜ କୋହଲିଙ୍କ ଗେହ୍ଲା ପୁଅ ଅଟନ୍ତି। କେବଳ ଉଦ୍ଭିଦଜାତ ଖାଦ୍ୟ ଖାଉଥିବା ବିରାଟ ୨୦୧୭ରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ।
ତେବେ ଜନ୍ମଦିନ ଅବସରରେ ସମଗ୍ର କ୍ରୀଡ଼ାଜଗତରୁ ଆରମ୍ଭ କରି ପ୍ରଂଶସକ ଓ ଅନ୍ୟାନ୍ୟ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Tags: