ଭିନେସ ଫୋଗତ ଡିସକ୍ୱାଲିଫାଏଡ୍ !

ପ୍ୟାରିସ : ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ। କୁସ୍ତିରୁ ଓହରିଲେ ଭିନେସ ଫୋଗତ । ଧାର୍ଯ୍ୟ ଓଜନ ଠାରୁ ଅଧିକ ଓଜନ ପାଇଁ ଭିନେସ ଫୋଗତଙ୍କୁ ଡ଼ିସକ୍ୱାଲି ଫାଏଡ କରାଯାଇଛି I ୫୦ କେଜି ମହିଳା କୁସ୍ତି ବର୍ଗରେ ଗତକାଲି ଫାଇନାଲକୁ ଯାଇଥିଲେ ଭିନେସ । ମାତ୍ର ଧାର୍ଯ୍ୟ ଓଜନ ୫୦ କେଜିରୁ ସାମାନ୍ୟ କିଛି ଗ୍ରାମ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି I ଧାର୍ଯ୍ୟଠାରୁ […]

Samaya Live Picture
Published On

ପ୍ୟାରିସ : ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ। କୁସ୍ତିରୁ ଓହରିଲେ ଭିନେସ ଫୋଗତ । ଧାର୍ଯ୍ୟ ଓଜନ ଠାରୁ ଅଧିକ ଓଜନ ପାଇଁ ଭିନେସ ଫୋଗତଙ୍କୁ ଡ଼ିସକ୍ୱାଲି ଫାଏଡ କରାଯାଇଛି I ୫୦ କେଜି ମହିଳା କୁସ୍ତି ବର୍ଗରେ ଗତକାଲି ଫାଇନାଲକୁ ଯାଇଥିଲେ ଭିନେସ । ମାତ୍ର ଧାର୍ଯ୍ୟ ଓଜନ ୫୦ କେଜିରୁ ସାମାନ୍ୟ କିଛି ଗ୍ରାମ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି I ଧାର୍ଯ୍ୟଠାରୁ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସୂଚନା ମିଳିଛି।

ଆଜି ରାତିରେ ବିନେଶ ଫାଇନାଲ ଖେଳିବାର ଥିଲା। ହେଲେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଚୁରମାର୍ ହୋଇଗଲା ଭାରତର ସ୍ୱର୍ଣ୍ଣ ସ୍ୱପ୍ନ। ଜିତିଥିଲେ ସୁନା ନଚେତ୍ ହାରିଥିଲେ ରୌପ୍ଯ ଜିତିଥାନ୍ତେ ଫୋଗଟ୍ । ନିଶ୍ଚିତ ପଦକରୁ ବଞ୍ଚିତ ହେଲେ ଭିନେଶ ଫୋଗଟ । ଗତକାଲି ୫୦ କେଜି ଫ୍ରି-ଷ୍ଟାଇଲ ଫାଇନାଲରେ ପହଞ୍ଚିଥିଲେ ଭିନେଶ । ସେମିଫାଇନାଲରେ ସେ କ୍ୟୁବା ପ୍ରତିଯୋଗୀଙ୍କୁ ୫-୦ ପଏଣ୍ଟରେ ହରାଇଥିଲେ ।

ମଙ୍ଗଳବାର ଦିନ ବିନେଶ ତିନୋଟି ମ୍ୟାଚ୍ ଜିତିଥିଲେ। ପ୍ରଥମେ ସେ ଅଲିମ୍ପିକ୍ ଗେମ୍ସରେ ଜାପାନର ବର୍ତ୍ତମାନର ଅପରାଜିତ ଚାମ୍ପିଅନ୍ ୟୁଇ ସୁସାକିଙ୍କୁ ପରାସ୍ତ କରି ପରେ ୟୁକ୍ରେନର ଓକ୍ସାନା ଲିଭାଚ୍ଙ୍କୁ ପରାସ୍ତ କରି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ମହିଳା ରେସଲିଂ ବର୍ଗର ସେମିଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ବିନେଶ ଫୋଗାଟଙ୍କ ପ୍ରତିଦ୍ୱନ୍ଦ୍ୱୀ ନିଷ୍ପତ୍ତି ନିଆଯାଇଛି। ଫାଇନାଲରେ ପ୍ରବେଶ କରିବା ପାଇଁ ଆମେରିକାର ସାରା ଆନ୍ ହିଲଡବ୍ରାଣ୍ଡ ମୋଙ୍ଗୋଲିଆର Otgonjargal Dolgorjav କୁ ପରାସ୍ତ କରିଛନ୍ତି | ତାଙ୍କୁ ଫାଇନାଲ ମ୍ୟାଚରେ ଆମେରିକାର ସାରା ଆନ୍ ହିଲଡବ୍ରାଣ୍ଡଙ୍କୁ ସାମ୍ନା କରିବାକୁଥିଲା।

Tags: