ଅଲ୍ଟିମେଟ୍ ଖୋ ଖୋ: ଆଜି ଓଡ଼ିଶା-ଗୁଜରାଟ କ୍ୱାଲିଫାୟର
ପୁନେ : ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଲଫିମେଟ ଖୋ ଖୋ ପ୍ରତିଯୋଗିତା ପହଞ୍ଚିଯାଇଛି । ଲିଗ୍ ପର୍ଯ୍ୟାୟ ଶେଷ ହେବା ସହ ଟେବୁଲର ୪ ଶୀର୍ଷ ଦଳ ଗୁଜରାଟଜ୍ୟାଣ୍ଟସ୍, ଓଡ଼ିଶା ଜଗରନଟ୍ସ, ତେଲଗୁ ଯୋଦ୍ଧା ଓ ଚେନ୍ନାଇ କୁ୍ୟକ୍ ଗନ୍ସ ଏଲିମିନେଟର ଓ କ୍ୱାଲିଫାୟର ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ୍ରେ ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ତେଲଗୁ ଯୋଦ୍ଧା ଓ ଚେନ୍ନାଇ କୁ୍ୟକ୍ ଗନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ […]
ପୁନେ : ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଲଫିମେଟ ଖୋ ଖୋ ପ୍ରତିଯୋଗିତା ପହଞ୍ଚିଯାଇଛି । ଲିଗ୍ ପର୍ଯ୍ୟାୟ ଶେଷ ହେବା ସହ ଟେବୁଲର ୪ ଶୀର୍ଷ ଦଳ ଗୁଜରାଟଜ୍ୟାଣ୍ଟସ୍, ଓଡ଼ିଶା ଜଗରନଟ୍ସ, ତେଲଗୁ ଯୋଦ୍ଧା ଓ ଚେନ୍ନାଇ କୁ୍ୟକ୍ ଗନ୍ସ ଏଲିମିନେଟର ଓ କ୍ୱାଲିଫାୟର ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ୍ରେ ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ତେଲଗୁ ଯୋଦ୍ଧା ଓ ଚେନ୍ନାଇ କୁ୍ୟକ୍ ଗନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ ।

ପୁଣି ରାତି ୮.୪୫ରେ ଓଡ଼ିଶା ଜଗରନଟ୍ସ ଓ ଗୁଜରାଟଜ୍ୟାଣ୍ଟସ ମଧ୍ୟରେ କ୍ୱାଲିଫାୟର-୧ ହାଇଭୋଲେଫଜ ମୁକାବିଲା ହେବ । କାରଣ ଏହି ମ୍ୟାଚର ବିଜେତା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ପରାଜିତ ଦଳ ପାଇଁ ଫାଇନାଲ ଯିବାର ସୁଯୋଗ ରହିଛି । କାରଣ କ୍ୱାଲିଫାୟର-୧ର ପରାଜିତ ଦଳ ଏବଂ ଏଲିମିନେଟର ମ୍ୟାଚର ବିଜେତା ଦଳ ମଧ୍ୟରେ କ୍ୱାଲିଫାୟର-୨ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ଆଗାମୀ ୪ ତାରିଖରେ ଫାଇନାଲ ଖେଳିବ ।

ଲିଗ୍ ପର୍ଯ୍ୟାୟରେ ଓଡ଼ିଶା ଜଗରନଟ୍ସ ୧୦ଟି ମ୍ୟାଚରୁ ୭ଟି ଜିତିଥିଲା । ୩ଟି ମ୍ୟାଚ ହାରିଥିଲା । ଗତ ଦୁଇଟି ମ୍ୟାଚରେ କ୍ରମାଗତ ପରାଜିତ ହୋଇଛି ଓଡ଼ିଶା । ତେଣୁ ଖେଳାଳିଙ୍କ ମନୋବଳ କମିଛି । ତଥାପି ସୁପର-୪ରେ ପ୍ରବେଶ କରିଥିବାରୁ ଓଡ଼ିଶା ଦଳ କ୍ୱାଲିଫାୟର-୧ ମୁକାବିଲାରେ ପୂର୍ବର ଲୟ ଫେରିପାଇବାକୁ ଆଶା ରଖିଛି ।

ଗତ ୩୧ ତାରିଖରେ ଓଡ଼ିଶା ଦଳ ୩୬-୬୫ ବ୍ୟବଧାନରେ ତେଲଗୁ ଯୋଦ୍ଧା ନିକଟରୁ ଦଶମ ମ୍ୟାଚରେ ହାରିଥିଲା । ଏହା ପୂର୍ବରୁ ନବମ ମ୍ୟାଚରେ ମୁମ୍ବାଇ ଖିଲାଡି ନିକଟରୁ ଓଡ଼ିଶା ୩୧-୭୯ ବ୍ୟବଧାନରେ ହାରିଥିଲା । ଅଷ୍ଟମ ମ୍ୟାଚରେ ଓଡ଼ିଶା ଦଳ ୪୮-୩୯ ରନ୍ ବ୍ୟବଧାନରେ ତେଲଗୁ ଯୋଦ୍ଧାକୁ ହରାଇଥିଲା । ଅନ୍ୟ ମ୍ୟାଚ ଗୁଡିକରେ ୬୦-୩୭ ବ୍ୟବଧାନରେ ମୁମ୍ବାଇ ଖିଲାଡିକୁ, ୫୧-୪୫ ବ୍ୟବଧାନରେ ରାଜସ୍ଥାନ ୱାରିୟର୍ସକୁ, ୫୧-୪୧ ବ୍ୟବଧାନରେ ଚେନ୍ନାଇ କୁ୍ୟକଗନ୍ସକୁ, ୫୦-୪୭ ବ୍ୟବଧାନରେ ଗୁଜରାଟ ଟାଇଟନ୍ସକୁ, ୬୫-୪୬ ବ୍ୟବଧାନରେ ରାଜସ୍ଥାନ ୱାରିୟର୍ସକୁ ହରାଇଥିବା ବେଳେ ଗୁଜରାଟଜ୍ୟାଣ୍ଟସ ନିକଟରୁ ୪୯-୫୪ ବ୍ୟବଧାନରେ ହାରିଥିଲା ।
୫୧-୪୩ ବ୍ୟବଧାନରେ ଚେନ୍ନାଇ କୁ୍ୟକ୍ଗନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିଲା । ଓଡ଼ିଶା ଜଗରନଟ୍ସ ଦଳରେ ୬ ଜଣ ଓଡ଼ିଆ ଅଛନ୍ତି । କ୍ୱାଲିଫାୟର-୧ ପାଇଁ ସବୁ ଖେଳାଳି ଜମାଣିଆ ଅଭ୍ୟାସ କରିଛନ୍ତି । ଶେଷ ଲିଗ୍ରେ ଦଳ ଗୁଜରାଟଜ୍ୟାଣ୍ଟସ ନିକଟରୁ ହାରିଥିଲା । ତେଣୁ କ୍ୱାଲିଫାୟର-୧ ପୂର୍ବର ତ୍ରୁଟି ସୁଧାରି ଓଡ଼ିଶା ଜଗରନଟ୍ସ ଦଳକୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଛନ୍ତି ।




