ଆଜି ଭାରତ-ନୁ୍ୟଜିଲାଣ୍ଡ ପ୍ରଥମ ଟି-୨୦

େୱଲିଂଟନ: ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର େୱଲିଂଟନରେ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରେ ଖେଳାଯିବ । ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲାରୁ ଭାରତ ଓ ନୁ୍ୟଜିଲାଣ୍ଡ ବିଦାୟ ନେଇଥିଲେ । ଭାରତ ବିଶ୍ୱ ବିଜେତା ଇଂଲଣ୍ଡ ନିକଟରୁ ଏବଂ ନୁ୍ୟଜିଲାଣ୍ଡ ଏଥରର ଉପବିଜେତା ପାକିସ୍ତାନ ନିକଟରୁ ହାରିଥିଲା । ଟି-୨୦ ବିଶ୍ୱକପ ଶେଷ ହେବା ପରେ ପ୍ରଥମ ଶୃଙ୍ଖଳା ଭାରତ-ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯିବ । ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କୁ […]

Samaya Live Picture
Published On

େୱଲିଂଟନ: ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର େୱଲିଂଟନରେ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରେ ଖେଳାଯିବ । ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲାରୁ ଭାରତ ଓ ନୁ୍ୟଜିଲାଣ୍ଡ ବିଦାୟ ନେଇଥିଲେ । ଭାରତ ବିଶ୍ୱ ବିଜେତା ଇଂଲଣ୍ଡ ନିକଟରୁ ଏବଂ ନୁ୍ୟଜିଲାଣ୍ଡ ଏଥରର ଉପବିଜେତା ପାକିସ୍ତାନ ନିକଟରୁ ହାରିଥିଲା ।

 IND VS NZ, 1st T20 Cricket Match

ଟି-୨୦ ବିଶ୍ୱକପ ଶେଷ ହେବା ପରେ ପ୍ରଥମ ଶୃଙ୍ଖଳା ଭାରତ-ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯିବ । ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କୁ ଏହି ଶୃଙ୍ଖଳା ପାଇଁ ବିଶ୍ରାମ ଦିଆଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ମଙ୍ଗ ଧରିଛନ୍ତି । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ନୂଆ ଅଧିନାୟକ ସନ୍ଧାନରେ ଟିମ୍‌ ଇଣ୍ଡିଆ ଥିବାରୁ ପାଣ୍ଡ୍ୟାଙ୍କୁ ଏହି ଶୃଙ୍ଖଳା ଜରିଆରେ ପ୍ରସ୍ତୁତ କରାଯାଉଛି । ଚଳିତବର୍ଷ ପାଣ୍ଡ୍ୟା ଅଧିନାୟକ ଭାବେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଓ େୱଷ୍ଟଇଣ୍ଡିଜ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ପ୍ରଥମ କରି ସେ ନୁ୍ୟଜିଲାଣ୍ଡ ଗସ୍ତରେ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳାରେ ଦଳର ନେତୃତ୍ୱ ନେଇଛନ୍ତି । ସେହିଭଳି ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନୁ୍ୟଜିଲାଣ୍ଡ ଗସ୍ତରେ ଦଳ ସହ ପଠାଯାଇଛି ।

 IND VS NZ, 1st T20 Cricket Match

ନୁ୍ୟଜିଲାଣ୍ଡ ଦଳ କେନ୍‌ ୱିଲିୟମସନଙ୍କ ତତ୍ତ୍ୱାବଧାନରେ ଏହି ଶୃଙ୍ଖଳା ଖେଳିବ । େୱଲିଂଟନର ଦି ସ୍କାଏ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ । ଦିନ ସମୟରେ ବର୍ଷା ସମ୍ଭାବନା ରହିଛି । ଏହାସତ୍ତେ୍ୱ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇ ନପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପୂର୍ବ ଶୃଙ୍ଖଳାରେ ଭାରତ ୫-୦ରେ କ୍ଲିନ୍‌ସୁଇପ କରିଥିଲା । ତେଣୁ ଏହି ଦ୍ୱିପାକ୍ଷିକ ଶୃଙ୍ଖଳରେ ମଧ୍ୟ ଭାରତର ଦବ୍‌ଦବା ରହିବ ବୋଲି ଆଶା କରାଯାଉଛି ।

 IND VS NZ, 1st T20 Cricket Match