ଦର୍ଶକଙ୍କୁ ଟିକେଟ ଅର୍ଥ ଫେରସ୍ତ କରିବ ସିଏବି
ସମୟ ଲାଇଭ୍,୨୬/୧୧: ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପିଙ୍କ୍ ବଲ୍ ଟେଷ୍ଟ ମାତ୍ର ତିନିଦିନରେ ଶେଷ ହୋଇଯାଇଛି ଯାହାଫଳରେ ଚତୁର୍ଥ ଓ ପଞ୍ଚମ ଦିନ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଉକ୍ତ ଦର୍ଶକଙ୍କୁ ଟିକେଟ୍ ଅର୍ଥ ଫେରସ୍ତ କରିବାକୁ କ୍ରିକେଟ୍ ଆସୋସିଏସନ ଅଫ୍ ବେଙ୍ଗାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କୌଣସି ଅନିବାର୍ଯ୍ୟ କାରଣରୁ ବାତିଲ ହେଲେ ଦର୍ଶକଙ୍କୁ ଟିକେଟ୍ […]
ସମୟ ଲାଇଭ୍,୨୬/୧୧: ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପିଙ୍କ୍ ବଲ୍ ଟେଷ୍ଟ ମାତ୍ର ତିନିଦିନରେ ଶେଷ ହୋଇଯାଇଛି ଯାହାଫଳରେ ଚତୁର୍ଥ ଓ ପଞ୍ଚମ ଦିନ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଉକ୍ତ ଦର୍ଶକଙ୍କୁ ଟିକେଟ୍ ଅର୍ଥ ଫେରସ୍ତ କରିବାକୁ କ୍ରିକେଟ୍ ଆସୋସିଏସନ ଅଫ୍ ବେଙ୍ଗାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବର୍ଷା କିମ୍ବା ଅନ୍ୟ କୌଣସି ଅନିବାର୍ଯ୍ୟ କାରଣରୁ ବାତିଲ ହେଲେ ଦର୍ଶକଙ୍କୁ ଟିକେଟ୍ ଅର୍ଥ ଫେରସ୍ତ ବ୍ୟବସ୍ଥା ରହିଥିବାରୁ ସିଏବି ଏପରି ନିଷ୍ପତ୍ତି ନେଇଛି। ଏନେଇ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।




