ଭବ୍ୟ ରହିବ ଆୟୋଜନ

ଭବ୍ୟ ରହିବ ଆୟୋଜନ
Ipsita Picture
By: Ipsita
Published On

 

୨୦୨୬ ଶୀତକାଳୀନ ଅଲିମ୍ପିକ୍ସ ବିଷୟରେ ଉତ୍ତର ଇଟାଲୀରେ ଆୟୋଜିତ ହେବ। ଏହି କ୍ରୀଡ଼ା ମହୋତ୍ସବ ଦୁଇଟି ପ୍ରସିଦ୍ଧ ଶୀତକାଳୀନ କ୍ରୀଡ଼ା ସ୍ଥଳ - ମିଲାନ୍ ଏବଂ କୋର୍ଟିନା ଡି' ଆମ୍ପେଜୋ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି। ସୂଚନା ଅନୁସାରେ ଇଟାଲୀ ପୂର୍ବରୁ ତିନିଥର ଅଲିମ୍ପିକ୍ସ ଆୟୋଜନ କରିସାରିଛି । ୧୯୫୬ରେ ଶୀତକାଳୀନ ଅଲିମ୍ପିକ୍ସ କୋର୍ଟିନା ଡି' ଆମ୍ପେଜୋରେ, ୧୯୬୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ରୋମରେ, ୨୦୦୬ରେ ଶୀତକାଳୀନ ଅଲିମ୍ପିକ୍ସ  ତୁରିନ୍ ଠାରେ ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଅର୍ଥାତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସ ଇଟାଲୀର ଚତୁର୍ଥ ଅଲିମ୍ପିକ୍ ଆୟୋଜନ ହେବ। ଏଥିରେ ପ୍ରାୟ ୯୦ଟି ଦେଶର ପ୍ରାୟ ୨,୯୦୦ ଆଥଲେଟ୍ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଏହି କ୍ରୀଡ଼ା ମହୋତ୍ସବରେ ୧୬ଟି ଶୀତକାଳୀନ କ୍ରୀଡ଼ା ବିଭାଗରେ ୧୧୬ଟି ପଦକ ପ୍ରତିଯୋଗିତା ଅନ୍ତର୍ଭୁକ୍ତ ହେବ। ଚଳିତ ଶୀତକାଳୀନ ଅଲିମ୍ପିକ୍ସର ଏକ ପ୍ରମୁଖ ଆକର୍ଷଣ ହେଉଛି 'ସ୍କି ମାଉଣ୍ଟେନିୟରିଂ ବା ସ୍କିମୋ ' ନାମକ ଏକ ନୂତନ ଖେଳର। ଏହି ଖେଳରେ ଆଥଲେଟମାନେ ସ୍ୱତନ୍ତ୍ର ଉପକରଣ ଏବଂ କୌଶଳ ବ୍ୟବହାର କରି ପାହାଡ଼ିଆ ଅଞ୍ଚଳରେ ଚଢ଼ିବା ସହ ସ୍କିଇଂ କରି ତଳକୁ ଓହ୍ଲାଇଥାନ୍ତି। ଏହାକୁ ନେଇ ଖେଳାଳୀଙ୍କ ସହିତ ଦର୍ଶକ ସମସ୍ତେ ଖୁବ ଉତ୍ସାହିତ ଅଛନ୍ତି । ଚଳିତଥରର ଆଧିକାରିକ ମାସ୍କଟ ହେଉଛି 'ଟିନା' , ଯିଏ କି ଏକ ଧଳା ନେଉଳ, ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି । ଏହା ବରଫାବୃତ ଅଞ୍ଚଳରେ ଚପଳତା ଏବଂ ଅନୁକୂଳତାକୁ ସୂଚାଏ। ଏହି ଖେଳରେ ଆଉ ଏକ ଅଂଶ ହେଉଛି "ଦି ଫ୍ଲୋ" , ଯାହା ସ୍ନୋ-ଡ୍ରପ୍ ଫୁଲ ଦ୍ୱାରା ଅନୁପ୍ରାଣିତ ଏକ ଚରିତ୍ର ଏବଂ ଏହା ଆଶା ଓ ସହନଶୀଳତାର ପ୍ରତୀକ ଅଟେ। କ୍ରୀଡାବିତ୍ଙ୍କ ଠାରୁ କ୍ରୀଡାପ୍ରେମୀ ସମସ୍ତେ ଏହି ଅଲିମ୍ପିକ୍ସକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Tags: