ମହିଳା ହକି ବିଶ୍ୱକପ୍, କ୍ୱାର୍ଟରରେ ନେଦରଲାଣ୍ଡସ୍, ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ସ୍ପେନ୍ ଓ ନେଦରଲାଣ୍ଡସ୍ରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ନେଦରଲାଣ୍ଡସ୍ ଓ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ଦଳ ଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ପୁଲ୍ ଡି’ରେ ଅଷ୍ଟ୍ରେଲିଆ ଦଳ ୩ ମ୍ୟାଚ୍ରୁ ୯ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲା । ସେହିଭଳି ପୁଲ୍ ଏ’ର ନେଦରଲାଣ୍ଡସ୍ ୯ ପଏଣ୍ଟ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା । ପୁଲ୍ ଏ’ରୁ ଜର୍ମାନୀ, ଚିଲି, ବେଲଜିୟମ୍ ଓ ଦ.ଆଫ୍ରିକା କ୍ରସ ଓଭରରେ […]
ନୂଆଦିଲ୍ଲୀ : ସ୍ପେନ୍ ଓ ନେଦରଲାଣ୍ଡସ୍ରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ନେଦରଲାଣ୍ଡସ୍ ଓ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ଦଳ ଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ପୁଲ୍ ଡି’ରେ ଅଷ୍ଟ୍ରେଲିଆ ଦଳ ୩ ମ୍ୟାଚ୍ରୁ ୯ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲା ।

ସେହିଭଳି ପୁଲ୍ ଏ’ର ନେଦରଲାଣ୍ଡସ୍ ୯ ପଏଣ୍ଟ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା । ପୁଲ୍ ଏ’ରୁ ଜର୍ମାନୀ, ଚିଲି, ବେଲଜିୟମ୍ ଓ ଦ.ଆଫ୍ରିକା କ୍ରସ ଓଭରରେ ପ୍ରବେଶ କରିଛନ୍ତି । ଜର୍ମାନୀ ଓ ଦ.ଆଫ୍ରିକା ମଧ୍ୟରେ ପ୍ରଥମ କ୍ରସଓଭର ମ୍ୟାଚ୍ ୯ ତାରିଖରେ ଖେଳାଯିବ । ସେହିଭଳି ବେଲଜିୟମ୍ ଓ ଚିଲି ପରସ୍ପରକୁ ଭେଟିବେ ।





