୧୩ ଜଣ ଫୁଟବଲ କିମ୍ବଦନ୍ତୀଙ୍କ ଶେଷ ବିଶ୍ୱକପ୍‌ !

୧୩ ଜଣ ଫୁଟବଲ କିମ୍ବଦନ୍ତୀଙ୍କ ଶେଷ ବିଶ୍ୱକପ୍‌ !
Ipsita Picture
By: Ipsita
Published On

 

ଫିଫା ବିଶ୍ୱକପ୍‌ ଫୁଟବଲ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଆମେରିକା , କାନାଡା ଓ ମିକ୍ସିକୋ ମିଳିତ ଭାବେ ଫିଫା ବିଶ୍ୱକପ୍‌ ଆୟୋଜନ କରିବେ । ତେବେ ଏହି ବଡ ଆୟୋଜନ ସହିତ ଫୁଟବଲ ଜଗତରେ ଯୁଗାବସାନ ହେବ ବୋଲି କୁହାଯାଉଛି । ବିଶ୍ୱ ଫୁଟବଲର ସବୁଠୁ ପ୍ରସିଦ୍ଧ ଏବଂ ପ୍ରତିଭାବାନ ୧୩ ଜଣ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍‌ ହୋଇପାରେ ।

 

୧. ଲିଓନେଲ ମେସି(୩୯ ବର୍ଷ -ଆର୍ଜେଣ୍ଟିନା) : ୨୦୨୨ କାତାର ଫିଫା ବିଶ୍ୱକପ୍‌ ବିଜେତା ଲିଓନେଲ ମେସି ଦେଶର ଟାଇଟଲ ରକ୍ଷା କରିବା ପାଇଁ ପଡିଆକୁ ଓହ୍ଲାଇବେ । ନିଜର ଦୀର୍ଘ ଦିନର ପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲେïାଙ୍କ ସହ ସେ ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି । ଆର୍ଜେଣ୍ଟିନା ଦଳ ସମ୍ପୂର୍ଣ୍ଣ ରୂପେ ମେସିଙ୍କ ଉପରେ ନିର୍ଭରଶୀଳ । ଆଧୁନିକ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ଅଧ୍ୟାୟ ହୋଇପାରେ ।

 

୨. କ୍ରିଷ୍ଟିଆନୋ ରୋନାଲ୍ଡ (୪୧ ବର୍ଷ -ପର୍ତ୍ତୁଗାଲ) : ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଖେଳିବେ । ବର୍ତ୍ତମାନ ସାଉଦି ପ୍ରୋ ଲିଗରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ରୋନାଲ୍ଡ ପୂର୍ବରୁ କହିସାରିଛନ୍ତି ଯେ, ଏହା ତାଙ୍କର ଶେଷ ବଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ତାଙ୍କର ଟ୍ରଫି ତାଲିକାରେ କେବଳ ଏହି ବିଶ୍ୱକପ୍‌ ଟ୍ରଫିର ଅଭାବ ରହିଛି ।     

୩. ଲୁକା ମୋଡ୍ରିଚ(୪୦ ବର୍ଷ) - କ୍ରୋଏସିଆର ଅଧିନାକ ତଥା ମିଡ ଫିଲïର ମୋଡ୍ରିଚ୍‌ ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି । ୨୦୧୮ରେ ଦଳକୁ ରନର୍ସଅପ ଏବଂ ୨୦୨୨ ରେ ତୃତୀୟ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଆହତ ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ସେ ଦଳକୁ ଫେରିଛନ୍ତି । ଏହି ବିଶ୍ୱକପ ପରେ ସେ ସନ୍ୟାସ ନେବାକୁ ଯୋଜନା କରୁଛନ୍ତି ।          

୪. ମାନୁଏଲ ନୁୟର(୪୦ ବର୍ଷ -ଜର୍ମାନୀ) : ଜର୍ମାନୀରେ କିମ୍ବଦନ୍ତୀ ଗୋଲ କିªର ସନ୍ୟାସରୁ ଫେରିଛନ୍ତି । ମ୍ୟାନେଜରଙ୍କ ଅନୁରୋଧ କ୍ରମେ ସେ ପଞ୍ଚମ ଥର ପାଇଁ ଫିଫା ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି ।     ୨୦୧୪ ବିଶ୍ୱକପ୍‌ ବିଜେତା ଜର୍ମାନୀ ଦଳର ସଦସ୍ୟ ଥିବା ନୁଏରଙ୍କ ଏହା ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ ।     

୫. ଗୁଇଲେରମୋ ଓଚୋଆ (୪୦ ବର୍ଷ -ମେକ୍ସିକୋ) : ମେକ୍ସିକୋର ଏହି ଗୋଲକିପର ମେଗା ଟୁର୍ଣ୍ଣାମେଣ୍ଟରେ ନିିଜର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପାଇଁ ଜଣାଶୁଣା । ୪୦ ବର୍ଷ ବୟସରେ ମଧ୍ୟ ଦଳ ତାଙ୍କ ଅଭିଜ୍ଞତା ଉପରେ ସମ୍ପୂର୍ଣ୍ଣ ଭରସା କରିଛି । ନିଜ ଘରୋଇ ମାଟିରେ ଖେଳାଯାଉଥିବା ଏହି ବିଶ୍ୱକପ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍‌ ହେବ ।

୬. ନେମାନର ଜୁନିୟର(୩୪ ବର୍ଷ -ବ୍ରାଜିଲ) : ଆହତ ସମସ୍ୟା ଏବଂ ଫର୍ମକୁ ନେଇ ସଂଘଷ କରୁଥିବା ବ୍ରାଜିଲର ଫୁଟବଲ ତାରକା ନେମାର ଏଥର ବିଶ୍ୱକପ ପରେ ଅବସର ନେବାକୁ ଯୋଜନା କରୁଛନ୍ତି । ଦେଶର ବେଞ୍ଚ ମାର୍କ ଆଶା ଏବଂ ମାନସିକ ଚାପ ଯୋଗୁଁ ୨୦୨୬ ବିଶ୍ୱକପ୍‌ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇପାରେ ।

୭. ମହମ୍ମଦ ସଲାହ(୩୩ ବର୍ଷ - ଇଜିଟ) : ଲିଭର ପୁଲର ଏହି ତାରକା ଫରଓ୍ୱାର୍ଡ ଏବେ ନିଜ ଫର୍ମର ଶୀର୍ଷରେ ଅଛନ୍ତି । କିନ୍ତୁ ବୟସ ଓ ଆଗାମୀ ୪ ବର୍ଷର ବିଶ୍ୱକପ ଚକ୍ରକୁ ଦେଖିଲେ ୨୦୨୬ ହିଁ ତାଙ୍କ ପାଇଁ ବିଶ୍ୱ ମଞ୍ଚରେ ଇଜିପକୁ ପ୍ରତିନିଧିତ୍ୱ କରିବାର ଶେଷ ସୁଯୋଗ ବୋଲି କୁହାଯାଉଛି ।

୮.କାଶେମିରୋ (୩୪ ବର୍ଷ - ବ୍ରାଜିଲ) : କାଶେମିରୋ ଚତୁର୍ଥ ଫିଫା ବିଶ୍ୱକପ୍‌ ଖେଳିବେ । ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଏହା ଶେଷ ବିଶ୍ୱକପ୍‌ ହୋଇପାରେ ବୋଲି ଆଶା କରାଯାଉଛି । ବ୍ରାଜିଲରେ ଯୁବ ମିଡ ଫିଲïରଙ୍କ ଅଭାବ ନାହିଁ । ତଥାପି କାଶେମିରୋଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଦଳ ପାଇଁ ଅତ୍ୟନ୍ତ ମୂଲ୍ୟବାନ ।

୯.କେଭିନୋଡି ବ୍ରୁଇନ୍‌(୩୫ ବର୍ଷ - ବେଲଜିୟମ) : ବେଲଜିୟମର ଗୋଲେïନ ଜେନେରେସନ୍‌ ସବୁଠାରୁ ପ୍ରଭାବଶାଳୀ ମିଡ ଫିଲïର ଡି ବ୍ରୁଇନ୍‌ ବିଗତ କିଛି ବର୍ଷ ହେବ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ।୨୦୨୬ ବିଶ୍ୱକପରେ ଦଳକୁ ଏକ ବଡ ସଫଳତା ଦେଇ ସେ ନିଜର ବିଶ୍ୱକପ୍‌ ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

୧୦. ଭିର୍ଜିଲଭାନ ଡାଇକ(୩୪ ବର୍ଷ - ନେଦରଲ୍ୟାଣ୍ଡ) : ନେଦରଲ୍ୟାଣ୍ଡସର ତାରକା ଡିଫେଣ୍ଡର ତଥା ଅଧିନାୟକ ଭାନ ଡାଇକ୍‌ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର । ୩୪ ବର୍ଷ ବୟସରେ ପହଞ୍ଚିଥିବା ଏହି ଖେଳାଳିଙ୍କ ପାଇଁ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌ ହେବାକୁ ଯାଉଛି । ପୂର୍ବରୁ ଆହତ କାରଣରୁ ସେ ଅନେକ ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ ।

୧୧. ଜେମ୍ସ ରୋଡ୍ରିଗୁଏଜ୍‌(୩୪ ବର୍ଷ - କଲମ୍ବିଆ) : ୨୦୧୪ ଫିଫା ବିଶ୍ୱକପର ଗୋଲେïନ୍‌ ବୁଟ୍‌ ବିଜେତା ଜେମ୍ସ ରୋଡ୍ରିଗୁଏଜ୍‌ କଲମ୍ବିଆର ଏକ ବଡ ନାମ । ନିଜର ଚମତ୍କାର ପାଶିଂ ଏବଂ ପ୍ରି କିକ୍‌ ପାଇଁ ଜଣାଶୁଣା ଜେମ୍ସଙ୍କ ଲାଗି ଏହି ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଶେଷ ହୋଇପାରେ ।

୧୨.ନିକୋଲାସ ଓଟାମେଣ୍ଡି(୩୮ ବର୍ଷ - ଆର୍ଜେଣ୍ଟିନା) : ଆର୍ଜେଣ୍ଟିନାର ଏହି ଅଭିଜ୍ଞ ଏବଂ ଆଗ୍ରେସିଭ ଡିଫେଣ୍ଡର ଗତ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମେସିଙ୍କ ଭଳି ତାଙ୍କର ମଧ୍ୟ ଏହା ଶେଷ ବିଶ୍ୱକପ୍‌ ହେବ । ବିଜୟର ସହ ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ସେ ଚାହିଁବେ ।

୧୩. ସନ ହେଉଙ୍ଗମିନ(୩୩ ବର୍ଷ - ଦ. କୋରିଆ) : ଏସିଆ ମହାଦୀପର ସବୁଠାରୁ ପ୍ରଭାବଶାଳୀ ତଥା ସଫଳ ଖେଳାଳିଙ୍କ ମଧ୍ୟରୁ ସନ୍‌ ଅନ୍ୟତମ । ଏହିଷ୍ଟାର ଫରଓ୍ୱାର୍ଡ ଦ. କୋରିଆ ଦଳର ମେରୁଦଣ୍ଡ । ୨୦୨୬ ବିଶ୍ୱକପ୍‌ ବେଳକୁ ତାଙ୍କୁ ୩୩ ବର୍ଷ ହେବ । ନିଜର ଦ୍ରୁତ ଗତି ଚମକିାର ଗୋଲ କରିବା ଶୈଳୀ ପାଇଁ ଜଣାଶୁଣା । ସନଙ୍କ ଲାଗି ଏହା ଶେଷ ବିଶ୍ୱକପ୍‌ ମଞ୍ଚ ହୋଇପାରେ । ୨୦୨୬ ଫିଫା ବିଶ୍ୱକପ୍‌ କେବଳ ଟ୍ରଫି ଲଢେଇ ନୁହେଁ ବରଂ ଏହା ବିଶ୍ୱ ଫୁଟବଲକୁ ଦୁଇ ଦଶନ୍ଦି ଧରି ଚଳାଇ ଆସୁଥିବା ମହାନ ଖେଳାଳିଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇବାର ଏକ ଐତିହାସିକ ମଞ୍ଚ ହେବାକୁ ଯାଉଛି ।

Tags: