ଟି-୨୦ ବିଶ୍ୱକପ୍: ଇଣ୍ଡିଜ୍ର ପ୍ରଥମ ବିଜୟ
ହୋବର୍ଟ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଗ୍ରୁପ୍ ବି’ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ େୱଷ୍ଟଇଣ୍ଡିଜ୍ ୩୧ ରନ୍ ବ୍ୟବଧାନରେ ଜିମ୍ବାେୱକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା । ଏହାର ଜବାବର ଜିମ୍ବାେୱ ୧୮.୨ ଓଭରରେ ୧୨୨ ରନ୍ କରି ଅଲଆଉଟ୍ ହୋଇଥିଲା । ୧୬ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର […]
ହୋବର୍ଟ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଗ୍ରୁପ୍ ବି’ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ େୱଷ୍ଟଇଣ୍ଡିଜ୍ ୩୧ ରନ୍ ବ୍ୟବଧାନରେ ଜିମ୍ବାେୱକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା । ଏହାର ଜବାବର ଜିମ୍ବାେୱ ୧୮.୨ ଓଭରରେ ୧୨୨ ରନ୍ କରି ଅଲଆଉଟ୍ ହୋଇଥିଲା । ୧୬ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିବା େୱଷ୍ଟଇଣ୍ଡିଜ୍ର ଅଲ୍ଜାରୀ ଜୋଶେଫଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା । ଏହି ବିଜୟ ସହ ଗ୍ରୁପ୍ ବି’ରେ ଇଣ୍ଡିଜ୍ ୨ ମ୍ୟାଚରୁ ୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି ।

ଟସ୍ ଜିତି ଇଣ୍ଡିଜ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କାଏଲ ମେୟର୍ସଙ୍କ ସହ ଜନ୍ସନ୍ ଚାର୍ଲ୍ସ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହିଁଙ୍କ ମଧ୍ୟରେ ୨୮ ରନ୍ର ପାର୍ଟନରସିପ୍ ହୋଇଥିଲା । ମେୟର୍ସ ୧୩ ରନ୍ ଓ ଜନସନ୍ ୪୫ ରନ୍ କରିଥିଲେ । ଏଭିନ୍ ଲୁଇସ୍ ୧୫, ନିକୋଲାସ୍ ପୁରନ୍ ୭, ରୋଭମ୍ୟାନ୍ ପାେୱଲ ୨୮ ଓ ଅକେଲା ହୁସେନଙ୍କ ଅପରାଜିତ ୨୩ ରନ୍ ଯୋଗୁଁ ଇଣ୍ଡିଜ୍ ୨୦ ଓଭରରେ ୧୫୩/୭ ରନର ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା । ଜିମ୍ବାେୱା ସିକନ୍ଦର ରାଜା ୩, ବ୍ଲେସିଂ ମୁଜାରବନୀ ୨ଟି ଓ ସିନ ୱିଲିୟମ୍ସ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।

୧୫୪ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଜିମ୍ବାେୱ । ୱିସଲୀ ମାଧବୀରେ ୨୭, ରେଗି ଚକଭା ୧୩, ସିକନ୍ଦର ରାଜା ୧୪, ରିଆନ ବୁର୍ଲ ୧୭, ଲୁକେ ଜଙ୍ଗୱି ୨୯ ରନ୍ କରିଥିଲେ ମଧ୍ୟ ଜିମ୍ବାେୱ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନଥିଲା । ମଧ୍ୟମକ୍ରମ ଓ ଶେଷ ଭାଗ ବ୍ୟାଟରଙ୍କ ବିଫଳତା ଯୋଗୁଁ ଜିମ୍ବାେୱ ୧୮.୨ ଓଭରରେ ୧୨୨ ରନ୍ରେ ସୀମିତ ରହିଥିଲା । ବୋଲିଂରେ ଇଣ୍ଡିଜର ଅଲଜାରୀ ଜୋସେଫ ୪ଟି, ଜାସନ ହୋଲïର ୩ଟି, ଅକେଲା ହୁସେନ, ଓବେଡ ମ୍ୟାକ ଓ ଓଡେନ ସ୍ମିଥ ଗୋଟିଏ କରି ୱିକେଟ ସଫଳତା ହାସଲ କରିଥିଲେ ।




