ବିଶ୍ୱକପ୍‌ ଟି-୨୦: ଅଧା ରହିଗଲା ସ୍ୱପ୍ନ, ରବିବାର ପାକିସ୍ତାନ-ଇଂଲଣ୍ଡ ଫାଇନାଲ

ଆଡିଲେଡ : ଟିମ୍‌ ଇଣ୍ଡିଆର ଟି-୨୦ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଅଧୁରା ରହିଯାଇଛିି । ୧୫ ବର୍ଷ ତଳେ ଅର୍ଥାତ୍‌ ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତି ଥିଲା । ଏଥର ଲାଗୁଥିଲା ୧୫ ବର୍ଷ ଧରି ଅପେକ୍ଷା କରିଥିବା ଭାରତୀୟ ଦର୍ଶକଙ୍କ ଆଶା ପୂରଣ ହେବ । ହେଲେ ଅଷ୍ଟ୍ରେଲିଆ ସଂସ୍କରଣରେ ରୋହିତ ସେନା ସମସ୍ତଙ୍କୁ ନିରାଶ କରିଛନ୍ତି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ ୧୦ ୱିକେଟ୍‌ରେ ଇଂଲଣ୍ଡ ନିକଟରୁ ପରାଜିତ […]

Samaya Live Picture
Published On

ଆଡିଲେଡ : ଟିମ୍‌ ଇଣ୍ଡିଆର ଟି-୨୦ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଅଧୁରା ରହିଯାଇଛିି । ୧୫ ବର୍ଷ ତଳେ ଅର୍ଥାତ୍‌ ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତି ଥିଲା । ଏଥର ଲାଗୁଥିଲା ୧୫ ବର୍ଷ ଧରି ଅପେକ୍ଷା କରିଥିବା ଭାରତୀୟ ଦର୍ଶକଙ୍କ ଆଶା ପୂରଣ ହେବ । ହେଲେ ଅଷ୍ଟ୍ରେଲିଆ ସଂସ୍କରଣରେ ରୋହିତ ସେନା ସମସ୍ତଙ୍କୁ ନିରାଶ କରିଛନ୍ତି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ ୧୦ ୱିକେଟ୍‌ରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇ ବିଶ୍ୱକପ୍‌ ଅଭିଯାନ ଶେଷ କରିଛି । ଆଗାମୀ ରବିବାର ମହାମୁକାବିଲାରେ ଇଂଲଣ୍ଡ ଓ ପାକିସ୍ତାନ ମୁହæôମୁହିଁ ହେବାକୁଯାଉଛି । ଉଭୟ ଇଂଲଣ୍ଡ ଓ ପାକିସ୍ତାନ ଗ୍ରୁପ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କଲା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଅପେକ୍ଷାକୃତ ଦୁର୍ବଳ ଜିମ୍ବାେୱ ନିକଟରୁ ପାକିସ୍ତାନ ଓ ଆୟର୍ଲାଣ୍ଡ ଠାରୁ ସୁପର-୧୨ ମୁକାବିଲାରେ ଇଂଲଣ୍ଡ ହାରିଥିଲା । ଏହା ସତ୍ତେ୍ୱ ଉଭୟ ଦଳ ଜମାଣିଆ ପ୍ରଦର୍ଶନ ସହ ଟ୍ରଫି ପାଇଁ ମୁହæôମୁହିଁ ହେବାକୁଯାଉଛନ୍ତି । ପ୍ରଥମ ସେମିଫାଇନାଲରେ ପାକିସ୍ତାନ ଦଳ ନୁ୍ୟଜିଲାଣ୍ଡକୁ ଧରାଶାୟୀ କରିଥିବା ବେଳେ ଗୁରୁବାର ଟିମ୍‌ ଇଣ୍ଡିଆ ଇଂଲଣ୍ଡ ନିକଟରୁ ଶୋଚନୀୟ ପରାଜୟ ବରଣ କରିଛି ।
ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୧୬ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ୧୭୦ ରନ୍‌ କରିବା ସହ ବୃହତ ବିଜୟ ହାସଲ କରିଛି । ୪୭ ବଲ୍‌ରୁ ୮୬ ରନ୍‌ର ମ୍ୟାଚ ବିଜୟୀ ଇନିଂସ ପାଇଁ ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା ।

t20 world cup pakistan vs england

ଭାରତ ଇନିଂସ
ଆଡିଲେଡରେ ଟସ୍‌ ହାରିବା ଭାରତ ପାଇଁ କାଳ ହୋଇଥିଲା । ଇଂଲଣ୍ଡ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାରୁ ୨ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ଦଳକୁ ଆଶାନୁରୂପ ସଫଳତା ଦେଇପାରିନଥିଲେ । ବିଗତ ଦୁଇଟି ମ୍ୟାଚରେ ଭଲ ଖେଳିଥିବା ଲୋକେଶ ମାତ୍ର ୫ ରନ୍‌ କରି କ୍ରିସ ୱକ୍ସଙ୍କ ଶିକାର ହେବାରୁ ଦଳୀୟ ସ୍କୋର ୯ ରନ୍‌ ବେଳେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଅଧିନାୟକ ରୋହିତଙ୍କ ସହ ବିରାଟ କୋହଲି କିଛି ସମୟ ସ୍ଥିତି ସମ୍ଭାଳିଥିଲେ । ଧିମ ରନ୍‌ ସଂଗ୍ରହ କାରଣରୁ ବଡ଼ ସ୍କୋର ଆଡେ ଦଳ ମୁହæôଇ ପାରିନଥିଲା । ରୋହିତ ୨୮ ବଲରୁ ୨୭ ରନ୍‌ କରିଥିଲେ । ଭଲ ଫର୍ମରେ ଥିବା ବିରାଟ କୋହଲି ମଧ୍ୟ ଆଶାନୁରୂପ ପ୍ରଦର୍ଶନ ଦେଖାଇପାରିନଥିଲେ । ସେ ୪୦ଟି ବଲର ସମ୍ମୁଖୀନ ହୋଇ ଅର୍ଦ୍ଧଶତକ ପୂରଣ କରିଥିଲେ । ସୂର୍ଯ୍ୟକୁମାର ଯାଦବ ବିଫଳ ହେବାରୁ ଭାରତର ୨୦୦ ରନ୍‌ ଆଶା ଏକବାର ଧୂଳିସାତ ହୋଇଥିଲା । ସୂର୍ଯ୍ୟକୁମାର ୧୦ ବଲ୍‌ରୁ ୧୪ ରନ୍‌ କରିଥିଲେ । ତେବେ ଦଳର ସମ୍ମାନ ରଖିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ୪ଟି ଚୌକା ଓ ୫ଟି ଛକା ସହାୟତାରେ ୩୩ ବଲ୍‌ରୁ ୬୩ ରନ୍‌ର ଇନିଂସ ଖେଳିବାରୁ ଭାରତ ୧୬୮ ରନ୍‌ରେ ପହଞ୍ଚିପାରିଥିଲା । ରିଷଭ ପନ୍ତ ୪ଟି ବଲ୍‌ର ସମ୍ମୁଖୀନ ହୋଇ ୬ ରନ୍‌ କରିଥିଲେ । ଆଗଧାଡ଼ିର ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା ଯୋଗୁଁ ଭାରତ ସେମିଫାଇନାଲରେ ଆତ୍ମସମର୍ପଣ କଲା ଭଳି ଲାଗିଥିଲା । ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ୩ଟି, ଆଦିଲ ରସିଦ ଓ କ୍ରିସ ୱକ୍ସ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।

t20 world cup pakistan vs england

ବଟଲର, ଆଲେକ୍ସ କମାଲ
ଭାରତ- ଇଂଲଣ୍ଡ ସେମିଫାଇନାଲ ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା । କି;ୁ ଭାରତ ପକ୍ଷରୁ ଧାର୍ଯ୍ୟ ୧୬୯ ରନ୍‌ର ବିଜୟଲକ୍ଷ୍ୟକୁ ଇଂଲଣ୍ଡ ଏତେ ସହଜରେ ହାସଲ କରିନେବ ବୋଲି କେହି କେବେ କଳ୍ପନା କରିନଥିଲେ । ଭାରତୀୟ ବୋଲିଂ ବିଭାଗର ଚରମ ବିଫଳତା ଯୋଗୁଁ ଇଂଲଣ୍ଡର ଦୁଇ ଓପନର ଜୋଶ ବଟଲର ଓ ଆଲେକ୍ସ ହେଲ୍ସ ସବୁ ଅଙ୍କ ବିଗାଡି ଦେଇଥିଲେ । ଏପରିକି ଓପନିଂ ଯୋଡି ଭାଙ୍ଗିବାକୁ ପ୍ରୟାସ କରିଥିବା ୬ ଜଣ ଭାରତୀୟଙ୍କୁ ନିର୍ଦ୍ଧୁମ ପହାର କରି ନିର୍ଦ୍ଧାରିତ କୋଟାର ୪ ଓଭର ପୂର୍ବରୁ ଦଳକୁ ୧୦ ୱିକେଟ୍‌ରେ ବିଜୟୀ କରିଥିଲେ । ଟି-୨୦ ବିଶ୍ୱକପ୍‌ରେ ଏହା ଇଂଲଣ୍ଡର ସର୍ବବୃହତ ବିଜୟ । କାରଣ ଦଳ ପୂର୍ବରୁ କେବେ ବି ୧୬ ଓଭର ମଧ୍ୟରେ ୧୭୦ ରନ୍‌ ସଂଗ୍ରହ କରି ୧୦ ୱିକେଟ୍‌ରେ ଜିତି ନଥିଲା । ଅଧିନାୟକ ଜୋଶ ବଟଲର ୯ଟି ଚୌକା ଓ ୩ଟି ଛକା ସହାୟତାରେ ୪୯ ବଲରୁ ଅପରାଜିତ ୮୦ ରନ୍‌ ଏବଂ ଆଲେକ୍ସ ହେଲ୍ସ ୪୭ ବଲ୍‌ରୁ ୪ଟି ଚୌକା ଓ ୭ଟି ଛକା ସହାୟତାରେ ୪୭ ବଲ୍‌ରୁ ୮୬ ରନ୍‌ର ବିସ୍ପୋରକ ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟରଙ୍କ ପ୍ରଦର୍ଶନ ଆଗରେ ଭାରତୀୟ ବୋଲିଂ ଫିMା ପଡ଼ିଯାଇଥିଲା । ଦଳରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଅକ୍ଷର ପଟେଲ, ମହମ୍ମଦ ସାମି, ରବି ଚନ୍ଦ୍ରନ ଅଶ୍ୱିନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବୋଲର ଥିବା ସତ୍ତେ୍ୱ ଭାରତ ଗୋଟିଏ ମାତ୍ର ୱିକେଟ୍‌ ଅକ୍ତିଆର କରିପାରିନଥିବା ଅତ୍ୟନ୍ତ ଲଜ୍ଜା କରି ପରିସ୍ଥିତି ସୃଷ୍ଟି କରିଛି ।

ବିରାଟଙ୍କ ବିଶ୍ୱକପ୍‌ ରେକର୍ଡ
t20 world cup pakistan vs england

ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ନୂଆ ରେକର୍ଡ କରିଛନ୍ତି । ସେ ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବ୍ୟାଟର ଭାବେ ୪୦୦୦ ରନ୍‌ ପୂରଣ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ କୋହଲି ରେକର୍ଡର ଅଧିକାରୀ ହୋଇଛନ୍ତି । ଏହା ପୂର୍ବରୁ କୋହଲି ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ ସଂଗ୍ରହକାରୀ କ୍ରିକେଟ୍‌ର ବନିଥିଲେ । ଏପରିକି ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇଥିଲେ । କୋହଲି ଟି-୨୦ ବିଶ୍ୱକପରେ ୧୧୦୦ରୁ ଅଧିକ ରନ୍‌ କରିଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ୪୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବା ପାଇଁ ମାତ୍ର ୪୨ ରନ୍‌ ପଛରେ ଥିଲେ କୋହଲି । ସେ ଭାରତୀୟ ଇନିଂସର ୧୫ତମ ଓଭରରେ ଲିଆମ୍‌ ଲିଭିଂ ଷ୍ଟୋନ୍‌ଙ୍କୁ ଚୌକା ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ । ସେ ଟି-୨୦ରେ ୪୦୦୮ ରନ୍‌ କରିଛନ୍ତି । ଏତଦ୍‌ଭିନ୍ନ କୋହଲି ୨୦୧୪ ଓ ୨୦୧୬ ସଂସ୍କରଣରେ ପ୍ଲେୟାର ଅଫ୍‌ ଦ ସିରିଜ୍‌ ପୁରସ୍କାର ପାଇଥିଲେ । ବିଶ୍ୱର ଏକମାତ୍ର କ୍ରିକେଟର ଭାବେ ଦୁଇଥର ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ।