ଟି୨୦ ବିଶ୍ୱକପ୍‌: ଟେବୁଲ ଶୀର୍ଷରେ ଭାରତ , ଡିଏଲ୍‌ରେ ହାରିଲା ବାଂଲାଦେଶ

ଆଡିଲେଡ: ଚଳିତ ବିଶ୍ୱକପରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର-୧୨ ପର୍ଯ୍ୟାୟରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି । ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ସହ ସେମିଫାଇନାଲର ଦାବିଦାର ହୋଇପାରିଛି । ଏକଦା ବାଂଲାଦେଶ ହାତରେ ମ୍ୟାଚ୍‌ ଥିବା ବେଳେ ଲୋକେଶ ରାହୁଲଙ୍କ ଥ୍ରୋ ଓ ବର୍ଷା ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ […]

Samaya Live Picture
Published On

ଆଡିଲେଡ: ଚଳିତ ବିଶ୍ୱକପରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର-୧୨ ପର୍ଯ୍ୟାୟରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି । ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ସହ ସେମିଫାଇନାଲର ଦାବିଦାର ହୋଇପାରିଛି । ଏକଦା ବାଂଲାଦେଶ ହାତରେ ମ୍ୟାଚ୍‌ ଥିବା ବେଳେ ଲୋକେଶ ରାହୁଲଙ୍କ ଥ୍ରୋ ଓ ବର୍ଷା ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ଜବାବରେ ବାଂଲାଦେଶ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟ ଠାରୁ ୫ ରନ ପଛରେ ରହି ଯାଇଥିଲା ।

୭ ଓଭର ସୁଦ୍ଧା ବାଂଲାଦେଶ ବିନା କୌଣସି ୱିକେଟ ହରାଇ ୬୬ ରନ କରିଥିଲା । ହେଲେ ବର୍ଷା ଯୋଗୁ ବାଂଲାଦେଶକୁ ଡିଏଲ ମେଥଡ ଦ୍ୱାରା ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା । ଲିଟନ ଦାସ ବିସ୍ପୋରକ ଅର୍ଦ୍ଧଶତକ ସହ କ୍ରିଜରେ ଥିବାରୁ ବାଂଲାଦେଶ ସହଜରେ ବିଜୟ ହାସଲ କରିନେବ ବୋଲି ଆଶା କରାଯାଉଥିଲା ।

T20 World Cup: India defeat Bangladesh by 5 runs

କି;ୁ ବର୍ଷା ଛାଡ଼ିବା ପରେ ମିଡ୍‌ ୱିକେଟରୁ ଲୋକଶ ରାହୁଲଙ୍କ ସିଧା ଥ୍ରୋରେ ଲିଟନ ଦାସ ରନ ଆଉଟ ହେବାରୁ ଖେଳର ଗତିପଥ ବଦଳି ଯାଇଥିଲା । ଲିଟନ ଦାସ ୨୭ ବଲରେ ୬୦ ରନ କରି ପାଭିଲିୟନ ଫେରିଥିଲେ । ଓଭର ପିଛା ପାଖାପାଖି ୧୦ ରନ ଦରକାର ଥିବାରୁ ବାଂଲାଦେଶର ପ୍ରତଟି ବ୍ୟାଟର ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ । ଫଳରେ ଜଣଙ୍କ ପରେ ଜଣେ ବ୍ୟାଟର ପାଭିଲିୟନ ଫେରିଥିଲେ । ଓପନର ନଜମୁଲ ହୁସେନ ସାଣ୍ଟୋ(୨୧), ଅଧିନାୟକ ସାକିବ ଅଲ ହାସନ(୧୩), ଅଫିଫ ହୁସେନ(୩) ଓ ୟାସିର ଅଲୀ (୧) ନିରାଶ କରିଥିଲେ ।

T20 World Cup: India defeat Bangladesh by 5 runs

ମୋସାଦେକ ହୁସେନ(୬) ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲର ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୦୮ ରନ ରହିଥିଲା । ଏହି ଠାରୁ ନୁରୁଲ ହାସନ ଓ ତସ୍କିନ ଅହମ୍ମଦ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଉଭୟ ବଡ଼ ଶଟ ଖେଳିବାରୁ ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଆବଶ୍ୟକ ରହିଥିଲା ।

ହାସନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ବାଂଲାଦେଶ ୧୬ ଓଭରରେ ୬ ୱିକେଟ ହରାଇ ୧୪୫ ରନରେ ଅଟକି ଯାଇଥିଲା ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଗୋଟିଏ ସଫଳତା ପାଇଛନ୍ତି ।

T20 World Cup: India defeat Bangladesh by 5 runs

ଏହାପୂର୍ବରୁ ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ଫେଲ ମାରୁଥିବା କେଏଲ ରାହୁଲଙ୍କ ୩୨ ବଲରେ ୫୦ ଓ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪ ବଲରେ ଅପରାଜିତ ୬୪ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ବୋଲିଂରେ ବାଂଲାଦେଶର ହାସନ ମହମ୍ମୁଦ୍‌ ୩ଟି ଓ ସାମିବ ଅଲ ହାସନ୨ଟି ୱିକେଟ୍‌ ସଫଳତା ହାସଲ କରିଥିଲେ ।