ଟି ଟ୍ୱେଣ୍ଟି ପ୍ରଥମ ସେମିଫାଇନାଲ : ପାକିସ୍ତାନ ବିପକ୍ଷରେ ଟସ୍‌ ଜିଣିଲା ନିଉଜିଲାଣ୍ଡ୍‌

ସିଡ୍‌ନି: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି I ପାକିସ୍ଥାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହିତ ବାବର ଆଜମଙ୍କ ପାକିସ୍ତାନ ଟିମ ପ୍ରଥମେ ବୋଲିଂ କରିବ I ତାଜା ସୂଚନା ଅନୁସାରେ, ୨.୫ ଓଭର୍‌ରେ ନିଉଜିଲାଣ୍ଡ୍‌ ୧ ୱିକେଟ୍‌ ବିନିମୟରେ ୧୯ ରନ୍‌ ସଂଗ୍ରହ କରିଛି। ପ୍ରଥମ ଓଭର୍‌ରେ ୩ଟି […]

Samaya Live Picture
Published On

ସିଡ୍‌ନି: ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି I ପାକିସ୍ଥାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହିତ ବାବର ଆଜମଙ୍କ ପାକିସ୍ତାନ ଟିମ ପ୍ରଥମେ ବୋଲିଂ କରିବ I

ତାଜା ସୂଚନା ଅନୁସାରେ, ୨.୫ ଓଭର୍‌ରେ ନିଉଜିଲାଣ୍ଡ୍‌ ୧ ୱିକେଟ୍‌ ବିନିମୟରେ ୧୯ ରନ୍‌ ସଂଗ୍ରହ କରିଛି। ପ୍ରଥମ ଓଭର୍‌ରେ ୩ଟି ବଲ୍‌ ଖେଳି ୪ ରନ୍‌ କରି ଶାହୀନ୍‌ ଆଫ୍ରିଦିଙ୍କ ବଲ୍‌ରେ ଫିନ୍‌ ଆଲେନ୍‌ ‘ଏଲ୍‌ବିଡବ୍ଲୁ’ ଆଉଟ୍‌ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ‘ଟି୨୦ ବିଶ୍ବକପ୍‌’ରେ ନିଉଜିଲାଣ୍ଡ୍‌ର ଫିନ୍‌ ଆଲେନ୍‌ ଭଲ ‘ଫର୍ମ’ରେ ଥିବାରୁ ଆଜି ପାକିସ୍ତାନ ବିରୋଧୀ ମ୍ୟାଚ୍‌ରେ ସେ ହେବେ ନିଉଜିଲାଣ୍ଡ୍‌ର ପ୍ରମୁଖ ଖେଳାଳି। ପାକିସ୍ତାନ ୪ଥର ବିଜୟୀ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ଜିତିଛି ମାତ୍ର ୨ ଥର । ସେହିପରି ଆଇସିସି ବିଶ୍ୱକପ୍‌ ଇତିହାସରେ ଉଭୟ ଦଳ ସେମିଫାଇନାଲରେ ୩ ଥର ମୁହାଁମୁହିଁ ହୋଇଛନ୍ତି । ପ୍ରତିଥର କିନ୍ତୁ ବାଜି ମାରିଛି ପାକିସ୍ତାନ । ୧୯୯୨ ଦିନିକିଆ ବିଶ୍ୱକପ ସେମିରେ ଅପ୍ରତ୍ୟାଶିତ ଭାବରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ପାକିସ୍ତାନ । ସେଥର ବିଜେତା ହୋଇଥିଲା ଇମ୍ରାନ୍‌ ଖାନଙ୍କ ନେତୃତ୍ୱାଧୀନ ପାକ୍‌ ଟିମ୍‌ । ସେହିପରି ୧୯୯୯ ଦିନିକିଆ ବିଶ୍ୱକପ୍‌ ଓ ୨୦୦୭ ଟି-ଟେ୍ଵଣ୍ଟି ବିଶ୍ୱକପ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାଜୟର ମୁହଁ ଦେଖାଇଥିଲେ ପାକିସ୍ତାନ ।

ଆଜି ନିଉଜିଲାଣ୍ଡ୍‌ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ହେଲେ: ଫିନ୍‌ ଆଲେନ୍‌, ଡିବନ୍‌ କନ୍‌ୱେ, କେନ୍‌ ୱିଲିୟମ୍‌ସନ୍‌, ଗ୍ଲେନ୍‌ ଫିଲିପ୍ସ୍‌, ଡେରିଲ୍‌ ମିଚେଲ୍‌, ଜେମ୍‌ସ୍‌ ନୀଶାମ୍‌, ମିଚେଲ୍‌ ସାଣ୍ଟର୍‌, ଟିମ୍‌ ସାଉଥି, ଇଶ୍‌ ସୋଧି, ଲକି ଫର୍ଗୁସନ୍‌ ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ୍‌।

ସେହିପରି, ଆଜି ପାକିସ୍ତାନ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ହେଉଛନ୍ତି, ମହମ୍ମଦ୍‌ ରିଜ୍‌ୱାନ୍‌, ବାବର୍‌ ଆଜମ୍‌, ମହମ୍ମଦ ନୱାଜ୍, ମହମ୍ମଦ୍‌ ହାରିସ୍, ଶାନ୍ ମାସୂଦ, ଇଫ୍‌ତିଖର୍‌ ଅହମଦ୍‌, ଶାଦାବ୍‌ ଖାଁ, ମହମ୍ମଦ୍‌ ୱାସିମ୍‌ ଜୁନିୟର୍‌, ନସୀମ୍‌ ଶାହ, ହାରିସ୍‌ ରୌଫ୍‌ ଏବଂ ଶାହୀନ୍‌ ଅଫ୍ରିଦି।