ଟି-ଟ୍ବେଣ୍ଟି ବିଶ୍ବକପ : ନେଦରଲାଣ୍ଡକୁ ୧୮୦ ରନ ର ଲକ୍ଷ୍ୟ ଦେଲା ଭାରତ

ସିଡନୀ : ଆଜି ସିଡନୀ ଠାରେ ଭାରତ ବନାମ ନେଦରଲାଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ବିଶ୍ବକପ ମ୍ୟାଚ ଖେଳ ଯାଉଛି I ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି I ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ ସଂଗ୍ରହ କରିଛି । ନେଦରଲାଣ୍ଡକୁ ଜିତିବାକୁ ହେଲେ ୧୮୦ ରନ କରିବାକୁ ହେବ । ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର ଲୋକେସ ରାହୁଲ ପୁଣି ଫେଲ […]

Samaya Live Picture
Published On

ସିଡନୀ : ଆଜି ସିଡନୀ ଠାରେ ଭାରତ ବନାମ ନେଦରଲାଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ବିଶ୍ବକପ ମ୍ୟାଚ ଖେଳ ଯାଉଛି I ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି I ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ ସଂଗ୍ରହ କରିଛି । ନେଦରଲାଣ୍ଡକୁ ଜିତିବାକୁ ହେଲେ ୧୮୦ ରନ କରିବାକୁ ହେବ ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର ଲୋକେସ ରାହୁଲ ପୁଣି ଫେଲ ମାରିଛନ୍ତି । ରାହୁଲ ମାତ୍ର ୯ରନ କରି ଆଉଟ ହୋଇଛନ୍ତି । ପ୍ରଥମ ମ୍ୟାଚରେ ଫ୍ଳପ୍‌ ହୋଇଥିବା ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ରୋହିତ ୩୯ ବଲରୁ ୪ଚୌକା ଏବଂ ୩ଟି ଛକା ସହାୟତାରେ ୫୩ ରନ କରି ଆଉଟ ହୋଇଛନ୍ତି । ରୋହିତଙ୍କ ଓ୍ବିକେଟ ପରେ କ୍ରିଜ୍‌ରେ ଜମି ରହିଥିଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ । କୋହଲି ୪୪ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୬୨ ରନ କରି ଅପରାଜିତ ଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ବଲରୁ ୭ ଚୌକା ଏବଂ ୧ ଛକା ସହ ୫୧ ରନ କରି ନଟଆଉଟ୍‌ ଅଛନ୍ତି । ହାତରେ ଓ୍ବିକେଟ ଥାଇ ବି ବଡ ସ୍କୋର କରିବାକୁ ସକ୍ଷମ ହୋଇନି ଭାରତ । ନେଦରଲାଣ୍ଡ ବିପକ୍ଷରେ ବିଶାଳ ସ୍କୋର କରିବା ନେଇ ପ୍ରଶଂସକ ଆଶାବାଦୀ ଥିଲେ । ମାତ୍ର ନେଦରଲାଣ୍ଡ ର ସ୍ପିନ ବୋଲିଂ ଆଗରେ ଭାରତ ଅଧିକ ରନ କରିପାରି ନଥିଲା I

ଅନ୍ୟପଟେ ନେଦରଲ୍ୟାଣ୍ଡସ ପକ୍ଷରୁ ଭନ ମିକେରେନ ଓ ଫ୍ରେଡ କ୍ଲାସେନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭନ ୪ ଓଭର ବୋଲିଂ କରି ୩୨ ରନ ଦେଇଥିବା ବେଳେ କ୍ଲାସେନ ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ । ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ସ୍କୋର କରିଥିଲେ ହେଁ ନେଦରଲ୍ୟାଣ୍ଡ ପରି ଛୋଟ ଦଳକୁ ଦୁର୍ବଳ ମନେ କରିବା ଠିକ୍ ହେବ ନାହିଁ । ଚଳିତ ବିଶ୍ୱକପରେ କିଛି ଦୁର୍ବଳ ଟିମ୍ ବଡ଼ ଦେଶକୁ ହରାଇ ରେକର୍ଡ କରିଛନ୍ତି ।

ଏହାପୂର୍ବରୁ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଏହି ଟୁର୍ନାମେଣ୍ଟରେ ବିଜୟ ସହ ଆରମ୍ଭ କରିଥିଲା। ଏଥି ସହିତ ନେଦରଲ୍ୟାଣ୍ଡକୁ ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Tags: