ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ଦୁବାଇର ପ୍ରତିଶୋଧ ମେଲବୋର୍ଣ୍ଣରେ ନେବ ଭାରତ । ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍‌ ଇଣ୍ଡିଆ । ଅକେଫାବର ୨୩ ତାରିଖରେ ପୁଣି ବିଶ୍ୱ ଦେଖିବ ହାଇଭୋଲଟେଜ ମୁକାବିଲା । କାରଣ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚ୍‌ ଉପରେ ଏବେ ପୂରା ବିଶ୍ୱର ନଜର ରହିଛି । ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ […]

Samaya Live Picture
Published On

ନୂଆଦିଲ୍ଲୀ : ଦୁବାଇର ପ୍ରତିଶୋଧ ମେଲବୋର୍ଣ୍ଣରେ ନେବ ଭାରତ । ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍‌ ଇଣ୍ଡିଆ । ଅକେଫାବର ୨୩ ତାରିଖରେ ପୁଣି ବିଶ୍ୱ ଦେଖିବ ହାଇଭୋଲଟେଜ ମୁକାବିଲା । କାରଣ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚ୍‌ ଉପରେ ଏବେ ପୂରା ବିଶ୍ୱର ନଜର ରହିଛି । ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ । ତେଣୁ ଏଥର ପାକିସ୍ତାନକୁ ଅଷ୍ଟ୍ରେଲିଆ ମାଟିରେ ମୁହଁତୋଡ ଜବାବ ଦେବାକୁ ରୋହିତ ବାହିନୀ ପୂରା ପ୍ରସ୍ତୁତ ।

 ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଟି-୨୦ ବିଶ୍ୱକପ୍‌ ପାଇଁ ଭାରତ ନିଜର ୧୫ ଜଣିଆ ଟିମ୍‌ ଘୋଷଣା କରିଛି । ରୋହିତଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ପାଇଁ ମୈଦାନକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ । ଟି-୨୦ ବିଶ୍ୱକପ୍‌ ପାଇଁ ଦଳକୁ ଫେରିଛନ୍ତି ଭରସାଯୋଗ୍ୟ ବୋଲର ଯଶପ୍ରୀତ ବୁମରା । ସେହିଭଳି ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ଦୀପକ ହୁଡା, ଅର୍ଶଦୀପ ସିଂ, ଅକ୍ଷର ପଟେଲ, ଦିନେଶ କାର୍ତ୍ତିକଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିଛି ।

 ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଗତ ଟି-୨୦ ବିଶ୍ୱକପ୍‌ ଟିମରୁ ୬ ଜଣ ବାଦ୍‌ ପଡିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଇଶାନ କିଷାନ, ମହମ୍ମଦ ସାମିଙ୍କ ଭଳି ବଡ ଚେହେରା ରହିଛନ୍ତି । ସାମିଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଥିବା ବେଳେ ଜାଡେଜା ଆହତ କାରଣରୁ ଟି-୨୦ ବିଶ୍ୱକପ ଦଳରୁ ବାଦ୍‌ ପଡିଛନ୍ତି । ତେବେ ଟିମ୍‌ ମ୍ୟାନେଜମେଣ୍ଟ ଅନୁଭବୀ ଅଶ୍ୱିନୀଙ୍କ ଉପରେ ପୁଣି ଭରସା କରିଛି ।

 ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏହାପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ । ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇପାରେ । ଏହାଛଡା ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଟିମ୍‌ ଇଣ୍ଡିଆ ପାଇଁ ଶୁଭ ସଂକେତ । ଏସିଆ କପରେ ବିରାଟ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିବା ସହ ପୁଣିଥରେ ପୁରୁଣା ଲୟକୁ ଫେରିଛନ୍ତି । ତେଣୁ ଆଗାମୀ ବିଶ୍ୱକପରେ ଭାରତ ପାଇଁ କୋହଲି ସଙ୍କଟମୋଚକ ସାଜିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।

 ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ପ୍ରସ୍ତୁତିକୁ ଜୋରଦାର କରିଥିବା ବେଳେ ଅନ୍ୟପଟେ ପାକିସ୍ତାନ ମଧ୍ୟ ଆରମ୍ଭ କରିଛି ଜୋରଦାର ଅଭ୍ୟାସ । ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ସୁସ୍ଥ ହେବା ଭାରତ ପାଇଁ ସତର୍କଘଣ୍ଟି ବଜାଇଛି । ଏହାଛଡା ଏସିଆ କପରେ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିବା ନସୀମ ଶାହା ଓ ହ୍ୟାରିସ ରଉଫ ମଧ୍ୟ ଟି-୨୦ ଦଳରେ ସ୍ଥାନ ପାଇପାରନ୍ତି । ଆଉ ଏହି ୩ ବୋଲର ୧୪୫ରୁ ଅଧିକ ବେଗରେ ବଲ ପକାଇବାକୁ ସକ୍ଷମ । ତେଣୁ ଭାରତ ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ ଏତେ ସହଜ ହେବ ନାହିଁ ।

 ଟି-୨୦ ବିଶ୍ୱକପ: ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ଟି-୨୦ ବିଶ୍ୱକପ ଇତିହାସକୁ ଦେଖିଲେ ଏଯାବତ ଭାରତ-ପାକିସ୍ତାନ ମଧ୍ୟରେ ୬ଟି ମ୍ୟାଚ୍‌ ଖେଳାଯାଇଛି । ଯେଉଁଥିରୁ ଭାରତ ୪ଟି ଓ ପାକିସ୍ତାନ ଗୋଟିଏ ମ୍ୟାଚରେ ବାଜି ମାରିଛି । ତେବେ ଗୋଟିଏ ମ୍ୟାଚ୍‌ ଟାଏ ରହିଥିବା ବେଳେ ଏହାକୁ ବୋଲ ଆଉଟରେ ଜିତିଥିଲା ଟିମ୍‌ ଇଣ୍ଡିଆ ।