ଟେଷ୍ଟ ଶୃଙ୍ଖଳା ଜିତିଲା ଶ୍ରୀଲଙ୍କା
ମୀରପୁର: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ୧-୦ରେ ପକେଟସ୍ଥ କରିଛି । ଶୁକ୍ରବାର ମୀରପୁରରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ୧୦ ୱିକେଟ୍ରେ ବାଂଲାଦେଶକୁ ହରାଇ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି । ଦୁଇଟି ଇନିଂସରେ ୧୦ ୱିକେଟ୍ ଅକ୍ତିଆର କରିଥିବା ଅସିଥା ଫର୍ଣ୍ଣାଣ୍ଡୋଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ସେହିଭଳି ସମଗ୍ର ଶୃଙ୍ଖଳାରେ ୩୪୪ ରନ୍ କରିଥିବା ଆଞ୍ଜେଲୋ ମାଥୁ୍ୟସଙ୍କୁ […]
ମୀରପୁର: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ୧-୦ରେ ପକେଟସ୍ଥ କରିଛି । ଶୁକ୍ରବାର ମୀରପୁରରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ୧୦ ୱିକେଟ୍ରେ ବାଂଲାଦେଶକୁ ହରାଇ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି । ଦୁଇଟି ଇନିଂସରେ ୧୦ ୱିକେଟ୍ ଅକ୍ତିଆର କରିଥିବା ଅସିଥା ଫର୍ଣ୍ଣାଣ୍ଡୋଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ସେହିଭଳି ସମଗ୍ର ଶୃଙ୍ଖଳାରେ ୩୪୪ ରନ୍ କରିଥିବା ଆଞ୍ଜେଲୋ ମାଥୁ୍ୟସଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ କରାଯାଇଥିଲା । ବାଂଲାଦେଶ ପ୍ରଥମ ଇନିଂସରେ ୩୬୫ ଓ ଦ୍ୱିତୀୟ ଇନିଂସରେ ୧୬୯ ରନ୍ କରିଥିଲା । ଶ୍ରୀଲଙ୍କା ପ୍ରଥମ ଇନିଂସରେ ୫୦୬ ଓ ଦ୍ୱିତୀୟ ଇନିଂସରେ ୨୯/୦ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା ।

ମ୍ୟାଚର ପଞ୍ଚମ ଦିନ ବାଂଲାଦେଶ ଅସମାପ୍ତ ଇନିଂସ ୩୪/୪ରୁ ପାଳି ଆରମ୍ଭ କରିଥିଲା । ରହିମ୍ ୧୪ ଓ ଲିଟନ ଦାସ ୧ ରନ୍ କରି ଅପରାଜିତ ଥିଲେ । ରହିମ ୨୩ ରନ୍ କରି ରଜିଥାଙ୍କ ଶିକାର ହୋଇଥିବା ବେଳେ ଲିଟନ ଦାସ ୧୩୫ ବଲ୍ରୁ ୫୨ ରନ୍ କରିଥିଲେ । ଅଲ୍ରାଉଣ୍ଡର ସାକିବ ଅଲ୍ ହାସନ ୭୨ ବଲ୍ରୁ ୫୮ ରନ୍ କରିଥିବା ବେଳେ ଟେଲ୍ଏଣ୍ଡର ଶ୍ରୀଲଙ୍କାର ଶୃଙ୍ଖଳିତ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ । ତେଣୁ ବାଂଲାଦେଶର ଦ୍ୱିତୀୟ ଇନିଂସ ୫୫.୩ ଓଭରରେ ୧୬୯ ରନ୍ରେ ସୀମିତ ରହିଥିଲା ।

ଶ୍ରୀଲଙ୍କାର ଅସିଥା ଫର୍ଣ୍ଣାଣ୍ଡୋ ୬ଟି, କାସନ ରଜଥା ଦୁଇଟି ଓ ରମେଶ ମେଣ୍ଡିସ୍ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।
ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ୨୯ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦୁଇ ଓପନର ଓସାଦା ଫର୍ଣ୍ଣାଣ୍ଡୋ ୯ ବଲ୍ରୁ ୨୧ ଓ ଦିମୁଥ କରୁଣାରତ୍ନେ ୯ ବଲ୍ରୁ ୭ ରନ୍ କରି ବିଜୟମୁଣ୍ଡି ମାରିଥିଲେ । ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ଟି ଉଭୟ ଦଳ ମଧ୍ୟରେ ଡ୍ର’ ରହିଥିଲା । ତେଣୁ ଦ୍ୱିତୀୟ ମ୍ୟାଚ୍ରେ ବିଜୟ ସହ ଶ୍ରୀଲଙ୍କା ଶୃଙ୍ଖଳା କବ୍ଜା କରିଛି ।




